ଓଡିଶା

odisha

ETV Bharat / state

ପିପିଲି ଫାଇଟ୍: ରାଲି ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ, ପ୍ରତିବାଦରେ ଥାନା ଘେରାଉ

ପିପିଲି ରାଲି ସମୟରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ । ଏହାର ପ୍ରତିବାଦରେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ରାଲି ଛାଡି ସହଜ ପୁର ପଞ୍ଚାୟତ ରାଇରଗପୁରରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ରାଲି ସମୟରେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ
ରାଲି ସମୟରେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

By

Published : Apr 2, 2021, 6:57 PM IST

Updated : Apr 2, 2021, 8:29 PM IST

ପୁରୀ: ପିପିଲିରେ ରାଜନୈତିକ ହିଂସା ହୋଇଥିବାର ଅଭିଯୋଗ ହୋଇଛି । ବିଜେପି ରାଲିରେ ଯାଉଥିବା ଯୁବକକୁ ବିଜେଡି କର୍ମୀ ମାଡ଼ ମାରି, ଗାଡି ଚାବି ନେଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ରାଲି ଛାଡି ସହଜ ପୁର ପଞ୍ଚାୟତ ରାଇରିଗିପୁରରେ ଧାରଣା ଦେଇଥଲେ ।

ରାଲି ସମୟରେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ଏହାର ପ୍ରତିବାଦରେ ଆଜି (ଶୁକ୍ରବାର) ବିଜେପି ପକ୍ଷରୁ ପିପିଲି ଥାନା ଘେରାଉ କରାଯାଇଥିଲା । ତୁରନ୍ତ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବା ବିଜେଡି କର୍ମୀକୁ ଗିରଫ କରା ନଗଲେ ଥାନା ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବାକୁ ବିଜେପି କହିଥିଲା । ପରେ ପୋଲିସ ପକ୍ଷରୁ ଦୋଷୀ ଵ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ନେଇ ପ୍ରତିଶୃତି ପରେ ବିଜେପି ଧରଣାରୁ ଉଠିଥିଲା । ବିଜେଡି କର୍ମୀ ଯେଭଳି ଗୁଣ୍ଡାରାଜ କରି ସାଧାରଣରେ ଭୟ ସୃଷ୍ଟି କରୁଛନ୍ତି ତାହାକୁ ବିଜେପି ଗ୍ରହଣ କରିବ ନାହିଁ ବୋଲି ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତୁରନ୍ତ ଜିଲ୍ଲା ପୋଲିସ ଶାନ୍ତି ଶୃଙ୍ଖଳା ଉପରେ କଡା ପଦକ୍ଷେପ ନେବାକୁ ବିଜେପି ଦାବି କରିଛି ।

ପିପିଲିରେ ରାଲି ସମୟରେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ଅଭିଯୋଗ ଅନୁଯାୟୀ ଜଣେ ବିଜେପି କର୍ମୀ ରାସ୍ତାରେ ଯାଉଥିବା ବେଳେ ବିଜେଡି କର୍ମୀମାନେ ତାଙ୍କୁ ଆକ୍ରମଣ କରିବା ସହ ବାଇକ ଭାଙ୍ଗି ଦେଇଛନ୍ତି । ତେବେ ବିଜେଡି ଯେଭଳି ଅରାଜକତା ଆରମ୍ଭ କରିଛି ଏନେଇ ନିର୍ବାଚନରେ ଭୋଟର ଏହାର ଉପଯୁକ୍ତ ଜବାବ ଦେବେ ବୋଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 2, 2021, 8:29 PM IST

ABOUT THE AUTHOR

...view details