ଓଡିଶା

odisha

By

Published : Dec 31, 2021, 4:48 PM IST

ETV Bharat / state

ହୋମଗାର୍ଡଙ୍କୁ ଦେଖି ଖସିପଳାଇଲେ ATM ଲୁଟେରା

ଡେଲାଙ୍ଗ ଇନ୍ଦିପୁର ଷ୍ଟେଟ ବ୍ୟାଙ୍କ ଏଟିଏମ ଲୁଟ୍ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ । ସ୍ଥାନୀୟ ହୋମଗାର୍ଡ ବିବେକାନନ୍ଦ ସେନାପତି ନାଇଟ ପାଟ୍ରୋଲିଂ କରୁଥିବା ବେଳେ ଏହା ଦେଖିଥିଲେ । ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଅଧିକ ପଢନ୍ତୁ

ହୋମଗାର୍ଡଙ୍କୁ ଦେଖି ଖସିପଳାଇଲେ ATM lootera
ହୋମଗାର୍ଡଙ୍କୁ ଦେଖି ଖସିପଳାଇଲେ ATM lootera

ପୁରୀ: ଡେଲାଙ୍ଗ ଇନ୍ଦିପୁର ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ ଉଦ୍ୟମ । ଗତକାଲି(ବୁଧବାର) ବିଳମ୍ଵିତ ରାତିରେ ବ୍ୟାଙ୍କ ଏଟିଏମ ସହିତ ବ୍ୟାଙ୍କ ଲକର ତାଡି ଲୁଟ୍ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ । ସ୍ଥାନୀୟ ହୋମଗାର୍ଡ ବିବେକାନନ୍ଦ ସେନାପତି ନାଇଟ ପାଟ୍ରୋଲିଂ କରୁଥିବା ସମୟରେ ବ୍ୟାଙ୍କ ଲୁଟ ଘଟଣା ନଜରକୁ ଆସିବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ହୋମଗାର୍ଡଙ୍କୁ ଦେଖି ଖସିପଳାଇଲେ ATM lootera

ଦୁର୍ବୃତ୍ତ ମାନେ ବ୍ୟବହାର କରିଥିବା ସ୍କୁଟିକୁ ଛାଡି ଫେରାର ହୋଇଯାଇଥିବା ବେଳେ ସିସି ଟିଭିରେ ଧରାପଡିଛନ୍ତି ଦୁଇ ଲୁଟେରା । ଗତ ସାତଦିନ ଧରି ସତ୍ୟବାଦୀ ଓ ଡେଲାଙ୍ଗ ଅଞ୍ଚଳରୁ ଦୈନଦିନ ଚୋରି ହେଉଥିବା ବେଳେ ବ୍ୟାଙ୍କରେ ଲୁଟ ଉଦ୍ୟମ କରି ପୁଣି ପୋଲିସକୁ ଚକମା ଦେଇଛନ୍ତି ଦୁର୍ବୃତ୍ତ । ସେପଟେ ଇନ୍ଦିପୁର ଏଟିଏମ ଓ ଲକର ଦୁର୍ବୃତ୍ତ ତାଡି ଲୁଟ ଉଦ୍ୟମ କରିଥିବା ବେଳେ ଏଥିରୁ କେତେ ଟଙ୍କା ନେଇଛନ୍ତି କି ନାହିଁ ତାହା ତଦନ୍ତ ଚାଲିଥିବା ପୋଲିସ କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details