ପୁରୀ: ପୁରୀ ଶ୍ରୀମନ୍ଦିର ବାଇଶି ପାହାଚ ସ୍ଥିତି ଅନୁଧ୍ୟାନ କରିଛି ଏଏସଆଇ ଟିମ୍ । ଏଏସଆଇର 5 ଜଣିଆ ସଦସ୍ୟ ଆଜି(ବୁଧବାର) ପୁରୀ ଯାଇ ବାଇଶି ପାହାଚ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବାଇଶି ପାହାଚ ସ୍ଥିତି ଅନୁଧ୍ୟାନ କଲା ଏଏସଆଇ ଟିମ - ପୁରୀରେ ଏଏସଆଇ ଟ୍ମ
ପୁରୀ ଶ୍ରୀମନ୍ଦିର ବାଇଶି ପାହାଚ ସ୍ଥିତି ଅନୁଧ୍ୟାନ କରିଛି ଏଏସଆଇ ଟିମ୍ । ଟିମର 5 ଜଣ ସଦସ୍ୟ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...
ବାଇଶି ପାହାଚ ସ୍ଥିତି ଅନୁଧ୍ୟାନ କଲା ଏଏସଆଇ ଟିମ
ବାଇଶି ପାହାଚ ସ୍ଥିତି ଅନୁଧ୍ୟାନ କଲା ଏଏସଆଇ ଟିମ
ତେବେ 5 ଜଣିଆ ସଦସ୍ୟ ବାଇଶି ପାହାଚ ମାପଚୁପ କରିବା ସହ ଅନ୍ୟାନ୍ୟ ସ୍ଥାନ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଯେଉଁସ୍ଥାନରେ ଦୁର୍ବଳ ପଥର ରହିଥିବ ସେ ପଥର ବଦଳାଯିବାର ବ୍ୟବସ୍ଥା କରାଯିବ । ଏଥିସହ ଅନୁଧ୍ୟାନ ଓ ମାପଚୁପ ପରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ଗତ କିଛିଦିନ ତଳେ ଏଏସଆଇ ଏକ ଟିମ ବାଇଶି ପାହାଚର ସ୍ଥିତି ଅନୁଧ୍ୟାନ କରି କିଛି ପାହାଚ ମରାମତି ପାଇଁ ମଧ୍ୟ ମତ ଦେଇଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Nov 4, 2020, 5:02 PM IST