ପୁରୀ: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କୋଣାର୍କ ଥାନାର ଏଏସଆଇ ଦିଲ୍ଲୀପ ବେହେରା ନିଲମ୍ବିତ । କାର୍ଯ୍ୟରୁ ନିଲମ୍ବନ କଲେ ପୁରୀ ଏସପି ଅଖିଳେଶ୍ବର ସିଂ । କର୍ତ୍ତବ୍ୟରେ ଅବହେଳା, ସାଧାରଣଜନତାଙ୍କ ଉପରେ ଜୁଲମ ଓ ବିଭିନ୍ନ ସମୟରେ ପୋଲିସ ସେବା ନିୟମରେ ଖୋଲାଖୋଲି ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି ।
କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏଏସଆଇ ସସପେଣ୍ଡ - konark asi suspended
କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କୋଣାର୍କ ଏଏସଆଇ ଦିଲ୍ଲୀପ ବେହେରା ନିଲମ୍ବିତ । କାର୍ଯ୍ୟରୁ ନିଲମ୍ବନ କଲେ ପୁରୀ ଏସପି ଅଖିଳେଶ୍ବର ସିଂ । ଅଧିକ ପଢନ୍ତୁ...

କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏଏସଆଇ ସସପେଣ୍ଡ
ସୂଚନା ଅନୁଯାୟୀ, ନିଲମ୍ବିତ ଏଏସଆଇ ଦିଲ୍ଲୀପ ବେହେରା ଗତ ଅଗଷ୍ଟ ମାସ 24 ତାରିଖ ଦିନ କୋଣାର୍କର ଜଣେ ବ୍ୟକ୍ତିଙ୍କୁ ବିନା କୌଣସି କାରଣରୁ ଉଠାଇ ନେଇ ଥାନା ପରିସରେ ମାଡ ମାରି ଲହୁ ଲୁହାଣ କରିଥିଲେ । ଘଟଣା ସମ୍ପର୍କରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁରୀ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେହିପରି କୋଣାର୍କ ଅଞ୍ଚଳରେ ଅକାରଣରେ ଲୋକଙ୍କ ଉପରେ ଜୋର ଜୁଲମ କରୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଏହି ସମସ୍ତ ଘଟଣାର ତଦନ୍ତ କରି ତାଙ୍କୁ ଏସପି ନିଲମ୍ବିତ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ