ପୁରୀ:ପିପିଲି ଉପନିର୍ବାଚନ ନେଇ ରାଜନୀତି ସରଗରମ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଦୁଆର ଦୁଆର ବୁଲି ପ୍ରଚାର କରୁଛନ୍ତି । ସାଙ୍ଗରେ ଦଳୀୟ କର୍ମୀଙ୍କୁ ନେଇ ବାଇକ ରାଲି କରି ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର ଆଦି ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଆଶ୍ରିତ ପ୍ରଚାର କରିଛନ୍ତି ।
ତେବେ ବିଜେଡି ଦୀର୍ଘ ଦିନ ଧରି ଯେଭଳି ପିପିଲି ନିର୍ବାଚନ ମଣ୍ଡଳୀରେ ଭୟ ଆତଙ୍କ ଦେଖାଇ ଯେପରି ନିର୍ବାଚନ ଜିତୁଥିଲା ସେଠାରେ ଲୋକେ ଅତିଷ୍ଠ ଅଛନ୍ତି । ସେହିପରି ଭୁବନେଶ୍ୱର ଉପକଣ୍ଠରେ ପିପିଲି ଥିବା ସତ୍ତ୍ୱେ ଦୀପ ତଳ ଅନ୍ଧାର ଭଲି ବିକାଶ ହୋଇପାରି ନାହିଁ । ଏଣୁ, ଏଥର ଲୋକେ ବିଜେପିକୁ ଜିତାଇବା ନେଇ ମନସ୍ଥ କରିସାରିଥିବା ଆଶ୍ରିତ କହିଛନ୍ତି ।