ପୁରୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଆଶାକର୍ମୀ ସଂଘ । ଆଶାକର୍ମୀଙ୍କୁ ମେଡ଼ିକାଲରେ ଦୁର୍ବ୍ୟବହାରର ପ୍ରତିବାଦ ସମେତ ସର୍ବନିମ୍ନ ମଜୁରୀ, ସ୍ଥାୟୀ ଚାକିରୀ, ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରଦାନ ଦାବିରେ ବିକ୍ଷୋଭ କରାଯାଇଛି । ସଂଗଠନ ଅଭିଯୋଗ କରିଛି ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟ କରୁଛନ୍ତି ଆଶା କର୍ମୀ । ମାଆମାନଙ୍କୁ ମେଡ଼ିକାଲ ଆଣି କିଭଳି ଯତ୍ନ ନିଆଯାଇ ପାରିବ । ସେନେଇ ସେମାନେ କାର୍ଯ୍ୟ କରୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ମେଡ଼ିକାଲରେ ଡାକ୍ତର, ନର୍ସମାନେ ଅନେକ ସମୟରେ ଆଶା କର୍ମୀଙ୍କୁ ଖରାପ ବ୍ୟବହାର କରୁଛନ୍ତି ।
ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି ଦାବିରେ ଆଶା କର୍ମୀଙ୍କ ବିକ୍ଷୋଭ
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଆଶାକର୍ମୀ ସଂଘ । ଆଶାକର୍ମୀଙ୍କୁ ମେଡ଼ିକାଲରେ ଦୁର୍ବ୍ୟବହାରର ପ୍ରତିବାଦ ସମେତ ବିଭିନ୍ନ ଦାବି ନେଇ ବିକ୍ଷୋଭ । ଅଧିକ ପଢନ୍ତୁ...
ସେହିପରି ଆଶା କର୍ମୀମାନେ ମାତ୍ର 14 ଶହ ଟଙ୍କା ପାରିଶ୍ରମିକରେ କାର୍ଯ୍ୟ କରୁଛନ୍ତି । ଯାହାକି ବର୍ତ୍ତମାନ ସମୟରେ ଘର ପରିବାର ଚଳାଇବା ଅସମ୍ଭବ । ସେହିପରି କୌଣସି ସାମାଜିକ ନିରାପତ୍ତା ବ୍ୟବସ୍ଥା ଯେଭଳି କି ବୀମା ବ୍ୟବସ୍ଥା ମଧ୍ୟ ହୋଇ ନାହିଁ । ସ୍ୱାସ୍ଥ୍ୟକର୍ମୀଙ୍କ ଭଳି କାମ କରୁଥିଲେ ମଧ୍ୟ ଆଶାକର୍ମୀଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ସରକାର କୌଣସି ସୁବିଧା ପ୍ରଦାନ କରୁନାହାଁନ୍ତି । ଯାହାକି ଅତ୍ୟନ୍ତ ଦୁଃଖର ବିଷୟ । ତେବେ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ପ୍ରମୁଖ ଭୂମିକା ନେଉଥିବା ଆଶାକର୍ମୀ ତୁରନ୍ତ ସରକାର କାର୍ଯ୍ୟ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ପ୍ରଦାନ, ସ୍ଥାୟୀ ନିଯୁକ୍ତି, ବୀମା ସମେତ ସମାଜିକ ନିରାପତ୍ତା ପ୍ରଦାନ ଦାବି କରିଛି ପୁରୀ ଜିଲ୍ଲା ଆଶା କର୍ମୀ ସଂଘ । ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ