ଓଡିଶା

odisha

ETV Bharat / state

ଚଳଚଞ୍ଚଳ ରଥଖଳା: ଆଗେଇ ଚାଲିଛି ରଙ୍ଗ କାମ - ରଥଖଳା

ରଥ ଯାତ୍ରକୁ ଆଉ କିଛି ଦିନ ବାକି ଥିବା ବେଳେ ଜୋରସୋର୍‌ରେ ଆଗେଇ ଚାଲିଛି ରଥ କାମ । ପାର୍ଶ୍ବ ଦେବତା , ସଖି , ଆଦି ରଙ୍ଗ ଦେଇ ସଜାଉଛନ୍ତି ଚିତ୍ରକର ସେବାୟତ । ବଂଶାନୁକ୍ରମିକ ଭାବେ ଏହି ରୂପକାର ଓ ଚିତ୍ର କର ସେବକ ମହାପ୍ରଭୁଙ୍କ ସେବା କରି ଆସୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 23, 2019, 5:11 PM IST

ପୁରୀ: ପାଖେଇ ଆସୁଛି ଘୋଷ ଯାତ୍ରା । ଚଳଚଞ୍ଚଳ ରଥ ଖଳା । ଜୋରସୋରରେ ଆଗେଇ ଚାଲିଛି ରଥ କାମ । ଧାର୍ଯ୍ୟ ସମୟ ସୀମାରେ ରୂପକାର, ଚିତ୍ରକର ସେବକମାନେ କାର୍ଯ୍ୟ ସମ୍ପାଦନ ପାଇଁ ନିଷ୍ଠାର ସହ ଲାଗିପଡିଛନ୍ତି କାମରେ । ଚଳଚଞ୍ଚଳ ହୋଇ ଉଠିଛି ରଥ ଖଳା । ଜୋରସୋର୍‌ରେ ମାଡ଼ି ଚାଲିଛି ରଥ କାମ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରଥ କାମ ସାରିବା ପାଇଁ ଲାଗିପଡ଼ିଛନ୍ତି କାରୀଗର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ


ପୁରୁଷାନୁକ୍ରମ ଭାବରେ 2ଟି ପରିବାର ଚିତ୍ରକର ସେବାୟତ ମହାପ୍ରଭୁଙ୍କ ସେବା କରି ଆସୁଛନ୍ତି । ପାର୍ଶ୍ବ ଦେବତା , ସଖି , ଆଦି ରଙ୍ଗ ଦେଇ ସଜାଉଛନ୍ତି ଚିତ୍ରକର ସେବାୟତ । ଅନ୍ୟପଟେ ରୂପକାର ସେବାୟତ। ରଥରେ ନାଟ ଗୋଡ଼ , ପଟା ଗୁଜ , ସିଂହାସନ , ପ୍ରଭା, ଡାଳୀ ଖୋଦେଇ , ଘୋଡା ବନ୍ଧା କାର୍ଯ୍ୟରେ ନିମଗ୍ନ ରହିଛନ୍ତି । 3 ଟି ରୂପକାର ସେବକ ପରିବାରର 21 ଜଣ ତିନି ରଥରେ କାର୍ଯ୍ୟରେ ପ୍ରତିବର୍ଷ ଲାଗିଥାନ୍ତି । ପରମ୍ପରା ଅନୁସାରେ ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ନୃସିଂହ ଜନ୍ମ ଦିନ କାର୍ଯ୍ୟ ଆରମ୍ଭ କରିଥାନ୍ତି ଏହି ରୂପକାର ସେବକ। ଅତି ନିଷ୍ଠାର ସହ ଆନନ୍ଦରେ ରଥରେ ରୂପ କାର୍ଯ୍ୟ ଆଗେଇ ନିଅନ୍ତି।

ମହାପ୍ରଭୁ ସେବାରେ କାହିଁ କେତେ କାଳରୁ ବଂଶାନୁକ୍ରମିକ ଭାବେ ଏହି ରୂପକାର ଓ ଚିତ୍ରକର ସେବକ ସେବା କରି ଆସୁଛନ୍ତି । ମହାପ୍ରଭୁଙ୍କ ସେବା ପାଇଁ ସେବକ ପରିବାରରେ ଜନ୍ମ ହୋଇ ଥିବାରୁ ନିଜକୁ ଧନ୍ୟ ମନେ କରନ୍ତି ଏହି ସେବକ ମାନେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details