ଓଡିଶା

odisha

ETV Bharat / state

ଶ୍ରାବଣର ପ୍ରଥମ ସୋମବାର ପାଇଁ ଶ୍ରୀଲୋକନାଥ ପୀଠରେ ବ୍ୟାପକ ବ୍ୟବସ୍ଥା - ଲକ୍ଷ୍ମୀ ଦ୍ଵାରଠାରେ ପବିତ୍ର ଜଳ ଲାଗି ପାଇଁ ବ୍ୟବସ୍ଥା

ଆସନ୍ତାକାଲି ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର ପଡୁଥିବାରୁ ଏଥିପାଇଁ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ ଜମିବ । ଯାାହକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ଶ୍ରୀଲୋକନାଥ ପୀଠରେ ବ୍ୟାପକ ବ୍ୟବସ୍ଥା
ଶ୍ରୀଲୋକନାଥ ପୀଠରେ ବ୍ୟାପକ ବ୍ୟବସ୍ଥା

By

Published : Jul 9, 2023, 9:56 PM IST

ଶ୍ରୀଲୋକନାଥ ପୀଠରେ ବ୍ୟାପକ ବ୍ୟବସ୍ଥା

ପୁରୀ:ଶ୍ରାବଣର ପ୍ରଥମ ସୋମବାର ପାଇଁ ଶ୍ରୀଲୋକନାଥ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର ପଡୁଥିବାରୁ ଏଥିପାଇଁ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ ଜମିବ। ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ପାଳିଆ ସେବକ ରାତି ୯ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସାରି ପହୁଡ଼ କରିଛନ୍ତି। ସେହିପରି ରାତି ୧୨ଟାରେ ସୋମବାରର ପାଳିଆ ସେବକ ପ୍ରବେଶ କରି ଦ୍ଵାରଫିଟା, ସକାଳ ଧୂପ ଓ ମଙ୍ଗଳ ଆଳତି ସାରିବା ପରେ ଜଳଲାଗି ଆରମ୍ଭ କରାଯିବ। ରାତି ପ୍ରାୟ ସାଢ଼େ ୧୨ଟାରୁ କାଉଡ଼ିଆମାନେ ଜଳଲାଗି କରିବେ। ସୋମବାର ନୀତିକାନ୍ତି ପାଇଁ କିଛି ନିର୍ଦ୍ଦିଷ୍ଟ ସମୟକୁ ବାଦ୍ ଦେଲେ ରାତିରେ ପ୍ରଭୁ ଶ୍ରୀଲୋକନାଥଙ୍କ ପହୁଡ଼ ହେବା ପର୍ଯ୍ୟନ୍ତ କାଉଡ଼ିଆ ଭକ୍ତମାନେ ପାଣି ଢାଳିପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏଥିପାଇଁ ଶ୍ରୀଲୋକାନାଥ ମନ୍ଦିରକୁ ପ୍ରବେଶ କରିବା ପାଇଁ ଗୋଟିଏ ମାତ୍ର ବାଟ ରହିବ । କୁଷ୍ଠାଶ୍ରମ ନିକଟରେ ଟିକେଟ କାଉଣ୍ଟର ରହିବ। ଚଳିତବର୍ଷ ଭକ୍ତଙ୍କ ଜଳଲାଗି କରିବା ପାଇଁ ୨୦ ଟଙ୍କା ଟିକେଟ ଦର ରହିଛି। ଭକ୍ତମାନେ ଟିକେଟ ନେଇ ଟିକେଟ କାଉଣ୍ଟରଠାରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍‌ରେ ପ୍ରବେଶ କରି ରୋଷଘର ପଛ ପାର୍ଶ୍ଵ ଦ୍ଵାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ । ଲକ୍ଷ୍ମୀ ଦ୍ଵାରଠାରେ ପବିତ୍ର ଜଳ ଲାଗି ଫେରିବା ପାଇଁ ବ୍ୟବସ୍ଥା କରାଯାଇଛି । କେବଳ ସୋମବାର ସକାଳ ୬ଟାରେ ବାଙ୍କ ଖିଲଣ ଦ୍ବାର ଦେଇ ଦର୍ଶନ କରିବାକୁ ଭକ୍ତମାନେ ଯିବା ପାଇଁ ଅନୁମତି ରହିଛି । ହେଲେ ଏହି ଦ୍ଵାର ଦେଇ କୌଣସି କାଉଡ଼ିଆ ଭକ୍ତଙ୍କୁ ପାଣି ଢ଼ାଳିବା ପାଇଁ ଛଡ଼ାଯିବ ନାହିଁ ।

ଏହା ମଧ୍ୟ ପଢନ୍ତୁ...ଶ୍ରାବଣର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ତେବେ ଚଳିତବର୍ଷ ପ୍ରାୟ ୨ ହଜାର ଭକ୍ତଙ୍କ ପାଇଁ ଏହି ସେଡ୍‌ ନିର୍ମାଣ କରାଯାଇଛି । ଯେଉଁଠି ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ ଆଶ୍ରୟ ନେଇପାରିବେ । ଯେଉଁଥିପାଇଁ ସ୍ବତନ୍ତ୍ର ବିଶ୍ରାମସ୍ଥଳୀ ନିର୍ମିତ ହୋଇଛି । ଏହାସହ ଭକ୍ତମାନେ ପାଣି ଢ଼ାଳ ରଖିବା ପାଇଁ ବାଉଁଶ ଭାରର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି ଭକ୍ତମାନଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ବ୍ୟାପକ ପୋଲିସ ଅଫିସର ଓ ଫୋର୍ସ ଆଦି ଶୃଙ୍ଖଳା ବ୍ୟବସ୍ଥା ନିୟନ୍ତ୍ରଣ କରିବେ । ତେବେ ଚଳିତ ବର୍ଷ ଦୁଇଟି ଶ୍ରାବଣ ଅର୍ଥାତ୍ ଯୋଡ଼ା ଶ୍ରାବଣ ରହିଛି । ହେଲେ ମହାଦେବଙ୍କଠାରେ ବୋଲବମ୍‌ ଭକ୍ତମାନେ ୮ ନୁହେଁ ୪ ସୋମବାରରେ ହିଁ ଜଳଲାଗି କରିବେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details