ଓଡିଶା

odisha

By

Published : Oct 21, 2022, 9:05 PM IST

ETV Bharat / state

Archana Nag case: ପୁରୀ ଯୁବ କଂଗ୍ରେସର ବିକ୍ଷୋଭ

ବହୁ ଚର୍ଚ୍ଚିତ ବ୍ଲାକ ମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା । ପୁରୀ ଯୁବ କଂଗ୍ରେସର ବିକ୍ଷୋଭ । ଉପଯୁକ୍ତ ତଦନ୍ତ ସହ ଏହି କେଳେଙ୍କାରୀ ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ପର୍ଦ୍ଦାଫାଶ କରିବା ପାଇଁ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଛି । ଅଧିକ ପଢନ୍ତୁ

Archana Nag case: ପୁରୀ ଯୁବ କଂଗ୍ରେସର ବିକ୍ଷୋଭ
Archana Nag case: ପୁରୀ ଯୁବ କଂଗ୍ରେସର ବିକ୍ଷୋଭ

ପୁରୀ: ବହୁ ଚର୍ଚ୍ଚିତ ବ୍ଲାକ ମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା । ପୁରୀ ଯୁବ କଂଗ୍ରେସର ବିକ୍ଷୋଭ । ଉପଯୁକ୍ତ ତଦନ୍ତ ସହ ଏହି କେଳେଙ୍କାରୀ ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ପର୍ଦ୍ଦାଫାଶ କରିବା ପାଇଁ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଛି ।

Archana Nag case: ପୁରୀ ଯୁବ କଂଗ୍ରେସର ବିକ୍ଷୋଭ

ବହୁ ଚର୍ଚ୍ଚିତ ବ୍ଲାକ ମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାର ଉପଯୁକ୍ତ ତଦନ୍ତ ସହ ଏହି କେଳେଙ୍କାରୀ ପଛରେ ଥିବା ବ୍ୟକ୍ତିବିଶେଷଙ୍କ ପର୍ଦ୍ଦାଫାଶ କରିବା ପାଇଁ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବାଇକ ଶୋଭାଯାତ୍ରା ସହ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଅର୍ଚ୍ଚନା ନାଗ କେଳେଙ୍କାରୀ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ରାଜ୍ୟ ସରକାରଙ୍କ ବହୁ ନେତା,ମନ୍ତ୍ରୀ,ବିଧାୟକ ,ସରକାରୀ ଉଚ୍ଚପଦସ୍ଥ ଅଧିକାରୀ ସାମିଲ ଥିବା ଅଭିଯୋଗ ରହିଛି। ଅର୍ଚ୍ଚନା ପଛରେ ସରକାରୀ କଳର ଅପବ୍ୟବହାର ଓ କଳାଧନ ବିନିଯୋଗ ହୋଇଥିବା ଯୁବ କଂଗ୍ରେସ ଅଭିଯୋଗ ଆଣିଛି । ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗକୁ ପୋଲିସ ରିମାଣ୍ଡରେ ଆଣିବା ସହ ନିରପେକ୍ଷ ତଦନ୍ତ କରି ଘଟଣାର ପର୍ଦ୍ଦାଫାଶ ପାଇଁ ଦଳ ଦାବି କରିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details