ବ୍ରହ୍ମଗିରି: କୋରୋନା ସଂକ୍ରମଣ ରୋକିବାକୁ ସବୁଆଡେ କଡା ସୁରକ୍ଷା ବ୍ୟବସ୍ଥା । ସେହିପରି ଜଳପଥ ସୁରକ୍ଷାକୁ ମଧ୍ୟ କଡାକଡି କରିବାକୁ ନିର୍ଦ୍ଦେଶ ରହିଛି । ହେଲେ ଅରକୁଦା ସାମୁଦ୍ରିକ ଥାନା ଅଞ୍ଚଳରେ ସୁରକ୍ଷା ଢିଲା ଥିବା ଦେଖିବାକୁ ମିଳିଛି ।
ବ୍ରହ୍ମଗିରି ଅରକୁଦା ସାମୁଦ୍ରିକ ଥାନାର ଅରକୁଦା ଗ୍ରାମକୁ ଘେରି ରହିଛି ଚିଲିକା । ଏହି ଗ୍ରାମ ସମ୍ମୁଖରେ ଦୁଇ ଦୁଇଟି ମୁହାଣ ଯାହା ଚିଲିକାରୁ ସମୁଦ୍ରକୁ ସଂଯୋଗ କରୁଥିବା ସ୍ଥାନ ରହିଛି । ଏହି ବାଟ ଦେଇ ଡଙ୍ଗା ସାହାଯ୍ୟରେ ପ୍ରତିଦିନ ଶତାଧିକ ମସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଆନ୍ତି ।