ଓଡିଶା

odisha

ETV Bharat / state

ଜନସମୁଦ୍ର ଶ୍ରୀକ୍ଷେତ୍ର: ପ୍ରାୟ 9 ଲକ୍ଷ ଭକ୍ତଙ୍କ ଡାକରାରେ ଫାଟୁଛି ବଡଦାଣ୍ଡ !

ଜନ ସମୁଦ୍ର ଶ୍ରୀକ୍ଷେତ୍ର । ପ୍ରାୟ 9 ଲକ୍ଷ ଭକ୍ତଙ୍କ ଡାକରାରେ ଫାଟୁଛି ବଡ ଦାଣ୍ଡ । ରଥାରୁଢ ତିନି ଠାକୁରଙ୍କ ଛେରା ପହଁରା ପରେ ମାଉସୀ ମା ଅଭିମୁଖେ ଗଡିଲାଣି ରଥ । ଘଣ୍ଟଘଣ୍ଟା ତାଳେ ତାଳେ ଗଡୁଛି ରଥ । ଖୁବ ଉତ୍ସାହର ସହ ରଥ ଟାଣି ନେଉଛନ୍ତି ଭକ୍ତ ଗଣ ।

By

Published : Jul 4, 2019, 3:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆଜି ପବିତ୍ର ଘୋଷଯାତ୍ରା । ଏହି ଉପଲକ୍ଷେ ଜନସମୁଦ୍ର ଶ୍ରୀକ୍ଷେତ୍ର । ଏପଟେ ପ୍ରାୟ 9 ଲକ୍ଷ ଭକ୍ତଙ୍କ ଡାକରାରେ ଫାଟୁଛି ବଡଦାଣ୍ଡ । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ସମଗ୍ର ପରିବେଶ । ରଥାରୁଢ ତିନି ଠାକୁରଙ୍କ ଛେରା ପହଁରା ପରେ ମାଉସୀ ମା ଅଭିମୁଖେ ଗଡିଲାଣି ରଥ । ଘଣ୍ଟଘଣ୍ଟା ତାଳେ ତାଳେ ଗଡୁଛି ରଥ । ଖୁବ ଉତ୍ସାହର ସହ ରଥ ଟାଣି ନେଉଛନ୍ତି ଭକ୍ତ ଗଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପ୍ରକାଶ ଯେ, ମିଳିଥିବା ସୂଚନା ମୁତାବକ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରାୟ 9 ଲକ୍ଷ ଲୋକଙ୍କ ସମାଗମ ହୋଇଛି । ଭକ୍ତଙ୍କ ଡାକରାରେ ଫାଟି ଉଠୁଛି ବଡଦାଣ୍ଡ ।

ସେ ଭାବର ଠାକୁର । ଭାବନାର ଠାକୁର । ଏ ଦର୍ଶନ ଅପୂର୍ବ ଓ ଅଲୌକିକ । ଚତୁର୍ଦ୍ଧାମୂର୍ତ୍ତିକୁ ରଥରେ ଦେଖିବା ଅର୍ଥ କୋଟି ଜନ୍ମର ପୂଣ୍ୟ ଅର୍ଜନ କରିବା । କିଏ ଗୀତ ଗାଇ ଠାକୁରକୁ ଡାକୁଛି ତ କିଏ ନାଚରେ ଭାବ ବ୍ୱିହଳ ହୋଇ ପଡୁଛି । ତେବେ ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏବେ ମାଉସୀ ମା ଅଭିମୁଖେ ଗଡୁଛି ତାଳଧ୍ବଜ । ଆନନ୍ଦ ଉଲ୍ଲାସରେ ଫାଟି ପଡୁଛି ବଡଦାଣ୍ଡ । ଭକ୍ତିମୟ ପରିବେଶ । କାହିଁ କେତେ ଦୁରୁ ଧାଇଁ ଆସିଛନ୍ତି ଭକ୍ତ ଗଣ ।

ଚଳିତ ବର୍ଷ ପାଗ ମଧ୍ୟ ଭଲ ରହିଛି । ପ୍ରାୟ 9 ଲକ୍ଷ ଲୋକଙ୍କ ଜନସମାଗମ ହୋଇଥିବା ଅନୁମାନ କରାଯାଉଛି । ଜନ ସମୁଦ୍ରକୁ ଆଖି ଆଗରେ ରଖି ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details