ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରୁ ପୁଣି ଧଳାପେଚା ଉଦ୍ଧାର

ଶ୍ରୀମନ୍ଦିରରୁ ପୁଣି ଏକ ଧଳା ପେଚାକୁ ଉଦ୍ଧାର କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଥିବା ସୁବେଦାର ଯୋଗେଶ ଚନ୍ଦ୍ର ସ୍ୱାଇଁ ଉଦ୍ଧାର କରିଥିବା ସୂଚନା । ଅଧିକ ପଢନ୍ତୁ

By

Published : Oct 24, 2022, 10:53 PM IST

ଶ୍ରୀମନ୍ଦିରରୁ ପୁଣି ଧଳାପେଚା ଉଦ୍ଧାର
ଶ୍ରୀମନ୍ଦିରରୁ ପୁଣି ଧଳାପେଚା ଉଦ୍ଧାର

ପୁରୀ: ଶ୍ରୀମନ୍ଦିରରୁ ଧଳାପେଚା ଉଦ୍ଧାର। ଗତକାଲି(ରବିବାର) ଏକ ଧଳା ପେଚା ଉଦ୍ଧାର ହୋଇଥିବା ବେଳେ ଆଜି ମଧ୍ୟ ଆଉ ଏକ ଧଳା ପେଚାକୁ ଉଦ୍ଧାର କରାଯାଇଛି । ଧଳାପେଚାଟିକୁ ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀଙ୍କ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି।

ଶ୍ରୀମନ୍ଦିରରୁ ପୁଣି ଧଳାପେଚା ଉଦ୍ଧାର

ରବିବାର ଦିନ ମାଆ ପେଚାଟିକୁ ଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ଉଦ୍ଧାର କରାଯାଇଥିବା ବେଳେ ଆଜି ଛୁଆ ପେଚାଟିକୁ ଉଦ୍ଧାର କରାଯାଇଛି। ଛୁଆପେଚାଟି ତଳକୁ ଗଳିପଡିଥିବାବେଳେ ମାଙ୍କଡ ଆକ୍ରମଣ କରିବାକୁ ଗୋଡାଉ ଥିବା ସମୟରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଥିବା ସୁବେଦାର ଯୋଗେଶ ଚନ୍ଦ୍ର ସ୍ୱାଇଁ ଉଦ୍ଧାର କରିଥିଲେ। କିଛି ସେବାୟତଙ୍କ ସହଯୋଗରେ ଏକ ବାସ୍କେଟରେ ଧରି ଧଳାପେଚାଟିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି।

ଏହା ମଧ୍ୟ ପଢନ୍ତୁ: ଦୀପାବଳିରେ ଅଶାନ୍ତ ପିପିଲି, ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ

ତେବେ ଧଳାପେଚା ମହାଲକ୍ଷ୍ମୀଙ୍କ ବାହନ ବୋଲି ପୌରାଣିକ କିମ୍ବଦନ୍ତି ରହିଛି। ମହାଲକ୍ଷ୍ମୀଙ୍କ ପାଦ ନିକଟରେ ପେଚା ରହିଥାଏ। ଏଣୁ ଶ୍ରୀମନ୍ଦିର ପୁଣି ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରୁ ଉଦ୍ଧାର ହେବାକୁ ନେଇ ଭକ୍ତ ଓ ଦର୍ଶନାର୍ଥିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହା ବେଶ୍ ଚର୍ଚ୍ଚାର ବିଷୟ ହେଇଛି।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରୁ ଧଳାପେଚା ଉଦ୍ଧାର କରାଯାଇଛି । ରବିବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟା ସମୟରେ ଧଳାପେଚାଟିକୁ ଲକ୍ଷ୍ମୀଙ୍କ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି । ପେଚାଟିକୁ ଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ମାଙ୍କଡ ଗୋଡାଉ ଥିବା ସମୟରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଥିବା ସୁବେଦାର ଯୋଗେଶ ଚନ୍ଦ୍ର ସ୍ୱାଇଁ ଉଦ୍ଧାର କରିଥିଲେ । କିଛି ସେବାୟତଙ୍କ ସହଯୋଗରେ ଏକ ବାସ୍କେଟରେ ଧରି ଧଳାପେଚାଟିକୁ ବନବିଭାଗକୁ ହସ୍ତାନ୍ତର କରିଥିଲେ । ପେଚା ମହାଲକ୍ଷ୍ମୀଙ୍କ ବାହାନ ବୋଲି ପୌରାଣିକ କିମ୍ବଦନ୍ତି ରହିଛି । ଏଣୁ ଶ୍ରୀମନ୍ଦିର ପୁଣି ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରୁ ଉଦ୍ଧାର ହେବାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details