ଓଡିଶା

odisha

ETV Bharat / state

Annual Bird Census: ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, କମିଛି ପକ୍ଷୀଙ୍କ ସଂଖ୍ୟା - ପକ୍ଷୀ ଗଣନା

ବାହ୍ୟ ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ସକାଳ 7ଟାରୁ ପୁରୀ ଜିଲ୍ଲା ଡିଭିଜନର 5ଟି ରେଞ୍ଜରେ ପକ୍ଷୀ ଗଣନା ଚାଲିଛି । ଅଧିକ ପଢ଼ନ୍ତୁ

Bird Census
ପକ୍ଷୀ ଗଣନା

By

Published : Jan 11, 2023, 12:29 PM IST

ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ବ୍ରହ୍ମଗିରି:ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ପୁରୀ ଜିଲ୍ଲା ଡିଭିଜନର 5ଟି ରେଞ୍ଜରେ 25 ଟିମ ଗଠନ କରାଯାଇ ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ପୁରୀ DFO ପି ରାମ ସ୍ୱାମୀଙ୍କ ନେତୃତ୍ୱରେ ଆଜି(ବୁଧବାର) ସକାଳ 7ଟାରୁ ଗଣନା ଚାଲିଛି । ଏଥିରେ 4ଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:କଂଗ୍ରେସ କ୍ଷମତାକୁ ଆସିଲେ ଖାଇବା ତେଲ, ଚାଉଳ ଲୁଣ ଦେବ: ଗଣେଶ୍ବର ବେହେରା

ବ୍ରହ୍ମଗିରିର କପିଳେଶ୍ୱରପୁର ଠାରୁ ପଥରପଦା, କାଠୁଆରେଡି ଠାରୁ ଖଜୁରିଆ, ବସଷ୍ଟାଣ୍ଡ ଠାରୁ ଗୋଲରା ଏବଂ ସୁନାମୁହିଁ ଠାରୁ ବରକୁଦି ଯାଏ ପକ୍ଷୀ ଗଣନା ଚାଲୁ ରହିଛି । ଗୋଟାଏ ଟିମରେ ପ୍ରତି ବର୍ଷ 4 ଜଣ ନିୟୋଜିତ ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଢ଼ାବାଛକ ଠାରୁ ଗୋଲରା ସାଇଡରେ ଡ଼ିଏଫଓ, ପକ୍ଷୀ ବିଶାରଦ, ସ୍ୱେଚ୍ଛାସେବୀ ଏବଂ ବନବିଭାଗ କର୍ମଚାରୀ ନିୟୋଜିତ ହୋଇଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ରାଜ୍ୟରେ ସତ୍ତା ହରାଉଛି କଂଗ୍ରେସ ! ନେତୃତ୍ବର ଶୂନ୍ୟସ୍ଥାନ ରହିଛି କହିଲେ ରାଜନୀତି ସମୀକ୍ଷକ

କିନ୍ତୁ ଚଳିତ ବର୍ଷ ତାହା ଦେଖିବାକୁ ମିଳିନଥିଲା । ଗତବର୍ଷ ତୁଳନାରେ ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି । ଗତ ବର୍ଷ ୧୦ଲକ୍ଷ ୭୪ହଜାର ୧୭୩ ଦେଶୀ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିଲା । ଗତ ବର୍ଷ ତୁଳନାରେ ଏବର୍ଷ କମ ପକ୍ଷୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ବନବିଭାଗର ବେପରୁଆ ମନଭାବ,ବାହ୍ୟ ଚିଲିକାରେ ପକ୍ଷୀ ଶିକାରୀଙ୍କ ପ୍ରାଦୁର୍ଭାବ ପକ୍ଷୀ ସଂଖ୍ୟା ହ୍ରାସର ଏକ କାରଣ ବୋଲି ପକ୍ଷୀ ବିଶାରଦମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମଗିରି

ABOUT THE AUTHOR

...view details