ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁରୀ:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଏହି ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଶ୍ରୀମନ୍ଦିର ଉତ୍ତର ପୂର୍ବ ଐଶାନ୍ୟ କୋଣ ଯଜ୍ଞ ମଣ୍ଡପ ନିକଟରେ ଥିବା ସ୍ବତନ୍ତ୍ର ଗୃହରେ ଆଜି (ଶନିବାର) ଅଙ୍କୁର ପୂଜନ ଅନୁଷ୍ଠିତ ହୋଇ ଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବରଣ ହୋଇଥିବା ବ୍ରାହ୍ମଣ ମାନେ ଅଙ୍କୁର ପୂଜନ କରିଛନ୍ତି ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବରଣ ହୋଇଥିବା ବ୍ରାହ୍ମଣମାନେ ଅଙ୍କୁର ପୂଜନ କରିଥିଲେ । ଆସନ୍ତା ୧୫ ତାରିଖରୁ ଯଜ୍ଞ ଆରମ୍ଭ ହେବାକୁ ଥିବାବେଳେ ପରମ୍ପରା ଅନୁଯାୟୀ ପୂର୍ବରୁ ଅଙ୍କୁରାରୋପଣ ଓ ଅଙ୍କୁର ପୂଜନ କରାଯାଇଛି । ମହାପ୍ରଭୁଙ୍କର କାର୍ଯ୍ୟରେ ସମସ୍ତେ ସାମିଲ ହେବାକୁ ବ୍ରାହ୍ମଣମାନେ ଭକ୍ତଙ୍କୁ କହିଛନ୍ତି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି । ଶ୍ରୀସେତୁ, ଶ୍ରୀମାର୍ଗ ଏବଂ ଶ୍ରୀମନ୍ଦିର ଚାରିପାଖରେ ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଲାପାଳ କହିଛନ୍ତି ।
ଏହା ବି ପଢନ୍ତୁ- ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଶୁଭାରମ୍ଭ; ଆଜି ଅଙ୍କୁରପୂଜନ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ୯୦୦ ଅତିଥି ଦେଶ ବିଦେଶରୁ ଆସିବାକୁ ଥିବାରୁ ସେମାନଙ୍କର ସ୍ବାଗତ ଏବଂ ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସଭିଏଁ ପ୍ରତିଷ୍ଠା ଉତ୍ସବର ସେହି ଦିବ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଥିବାବେଳେ ଆଜି ବ୍ରାହ୍ମଣଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପାରମ୍ପରିକ ଦରଜୀ ସର୍ଦ୍ଦାର ଶିଳାନ୍ୟାସ ପଥରର ମାପଚୁପ ନେଇଛନ୍ତି । ଶିଳାନ୍ୟାସ ପଥରକୁ ଆବଦ୍ଧ କରିବା ସହ ଲୋକାର୍ପଣ ଉତ୍ସବ ପାଇଁ ଦରଜୀ ସର୍ଦ୍ଦାର କପଡ଼ା ପ୍ରସ୍ତୁତ କରି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ ।
ଏହା ବି ପଢନ୍ତୁ- ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅଧୁରା ହୋଇଛି, ରାଜନୀତି କରୁଛନ୍ତି ସରକାର: ନରସିଂହ
ଆସନ୍ତାକାଲି (ଜାନୁଆରୀ ୧୪ ତାରିଖ) ଦିନ ୧୦ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ବଜା ସ୍ଥାପନ ଓ ତୋରଣ ସ୍ଥାପନ ଅନୁଷ୍ଠିତ ହେବ । ୧୫ ତାରିଖ ଦିନ ଅଖଣ୍ଡ ଦୀପ ସ୍ଥାପନ ସହ ପ୍ରତିଷ୍ଠା ଉତ୍ସବ ପାଇଁ ମହାଯଜ୍ଞ, ୧୬ ତାରିଖରେ ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହେବ । ୧୭ ତାରିଖ ବୁଧବାର ଦିନ ବିଭିନ୍ନ ପୂଜାବିଧି ସହିତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାଠ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ ।
ଇଟିଭି ଭାରତ, ପୁରୀ