ପୁରୀ:ତୀର୍ଥ ପୁଷ୍କରିଣୀ ଗୁଡ଼ିକର ଜଳ ବ୍ୟାପକ ମାତ୍ରାରେ ପ୍ରଦୂଷିତ ହେବା ଓ ମାଛ ମଡ଼କ ପରେ ପୁରୀ ଜିଲ୍ଲା ପ୍ରଶାସନର ଚେତା ପଶିଛି। କିଭଳି ତୀର୍ଥ ପୁଷ୍କରିଣୀ ଜଳ ପ୍ରଦୂଷିତ ହେଲା ଓ ମାଛ ମାଡ଼କ ପଡିଲା ତାର ଅନୁସନ୍ଧାନ କରାଯାଇଛି। ଭୁବନେଶ୍ୱରରେ ଥିବା ଭାରତ ସରକାରଙ୍କ ସିଫା ତଥା ଜଳ କୃଷି ଗବେଷଣା ସଂସ୍ଥାନ ଏକ 5 ଜଣିଆ ଟିମ ଆସି ତୀର୍ଥ ପୁଷ୍କରିଣୀର ଜଳ ସ୍ଥିତି ଅନୁଧ୍ୟାନ ସହ ଏହାର ଟେଷ୍ଟ ପାଇଁ ସମ୍ପୁଲ ସଂଗ୍ରହ କରାଯାଇଛି। ତେବେ ନରେନ୍ଦ୍ର ସମେତ ଜଳ ଅତ୍ୟଧିକ ଦୂଷିତ ଥିବାରୁ ଲୋକ ମାନେ ଏବେ ନଗାଧୋଇ ବାକୁ ଏହି ବିଶେଷଜ୍ଞ ଟିମ ଏବେ ପରାମର୍ଶ ଦେଇଛନ୍ତି।
ମାଛ ମଡକ ପରେ ତୀର୍ଥ ପୁଷ୍କରିଣୀ ଜଳ ନମୁନା ଯାଞ୍ଚ କଲା ବିଶେଷଜ୍ଞ ଟିମ - expert team
ପୁରୀ ତୀର୍ଥ ପୁଷ୍କରିଣୀ ଗୁଡ଼ିକର ଜଳ ବ୍ୟାପକ ମାତ୍ରାରେ ପ୍ରଦୂଷିତ ହେବା ଓ ମାଛ ମଡ଼କ ପଡିବା ପରେ ପୁରୀ ଜିଲ୍ଲା ପ୍ରଶାସନର ଚେତା ପଶିଛି। କିଭଳି ତୀର୍ଥ ପୁଷ୍କରିଣୀ ଜଳ ପ୍ରଦୂଷିତ ହେଲା ଓ ମାଛ ମାଡ଼କ ପଡିଲା ତାର ଅନୁସନ୍ଧାନ କରାଯାଇଛି। ଅଧିକ ପଢନ୍ତୁ...
ଶ୍ରୀକ୍ଷେତ୍ରରେ ନରେନ୍ଦ୍ର ପୁଷ୍କରିଣୀ ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଜଳ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇ ଯାଇଛି। ଫଳରେ ହଜାର ହଜାର ସଂଖାରେ ମାଛ ମରି ପଡିଛନ୍ତି। ସେହିପରି ଜଳରେ ଗାଧୋଇଲେ ଦେହ କୁଣ୍ଡାଇ ହୋଇ ଚର୍ମ ରୋଗ ହେଉଛି । ଏହି ଖବର ପ୍ରସାରଣ ପରେ ପୁରୀ ଜିଲ୍ଲା ପ୍ରଶାସନ ନିଦ ଭାଙ୍ଗିଛି। ଭୁବନେଶ୍ୱର ସିଫାର ଏକ ବିଶେଷଜ୍ଞ ଟିମ ଆସି ନରେନ୍ଦ୍ର ଜଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥି ସହିତ ଏହାର ଟେଷ୍ଟ ପାଇଁ ସାମ୍ପୁଲ ନେଇଛନ୍ତି। ତେବେ ନିକଟରେ ବନ୍ୟା ସମୟ ରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଥିବା ମୂଷା ନଦୀର ଜଳ ପ୍ରବେଶ ଫଳରେ ନରେନ୍ଦ୍ର ଜଳ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଛି। ଫଳରେ ଜଳରେ ଅମ୍ଳଜାନ କମି ଯାଇ ଥିବା ବେଳେ ଆମୋନିଆ ବଢି ଯାଇଛି।
ଏଥିଯୋଗୁଁ ଶହଶହ ମାଛ ମରିଛନ୍ତି। ତେବେ ନରେନ୍ଦ୍ର ଜଳ ଏବେ ସମ୍ପୂର୍ଣ୍ଣ ଦୂଷିତ ହୋଇ ଥିବା ଯୋଗୁ ଏଠାରେ ଗାଧୋଇବା ଉଚିତ ନୁହେଁ ବୋଲି ସିଫାର ଏହି ଟିମ କହିଛି। ତେବେ ଜିଲା ପ୍ରଶାସନ ବ୍ଲିଚିଙ୍ଗ ପାଉଡର ଓ ଚୂନ ପକାଇ ବିଶୋଧନ କରିବାକୁ ଏହି ବିଶେଷଜ୍ଞ ଟିମ କହିଛି। ଭୁବନେଶ୍ୱରର ସିଫା ତଥା ଜଳ କୃଷି ଗବେଷଣା ସଂସ୍ଥାନର 3 ଜଣ ବୈଜ୍ଞାନିକ ଙ୍କ ସମେତ ଏହି ଟିମ ରେ 5 ଜଣ ସଦସ୍ୟ ରହିଛନ୍ତି। ନରେନ୍ଦ୍ର ପରେ ଏହି ଟିମ ଶ୍ୱେତଗଙ୍ଗା ପୁଷ୍କରିଣୀ ଯାଇ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛି। ଶ୍ୱେତଗଙ୍ଗା ପୁଷ୍କରିଣୀ ରୁ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବା ହେତୁ ଦୀର୍ଘ ଦିନ ଧରି ଜଳ ଜମି ରହି ପ୍ରଦୂଷିତ ହୋଇ ଥିବା ଏହି ଟିମ କହିଛି। ତେବେ ବିଭିନ୍ନ ପୁଷ୍କରିଣୀ ଯତ୍ନ ପ୍ରଶାସନ ନିୟମିତ ନେଲେ ପୁଷ୍କରିଣୀ ଜଳ ପ୍ରଦୂଷିତ ହେବ ନାହି ବୋଲୀ ସିଫା ର ଏହି ବିଶେଷଜ୍ଞ କହିଛନ୍ତି । ତେବେ ଜଳ ନମୁନା ରିପୋର୍ଟ ଆସିବା ପରେ କିଭଳି ପୁଷ୍କରିଣୀ ଜଳ ପ୍ରଦୂଷଣ ରୋକିହେବ ସେ ନେଇ ଜିଲା ପ୍ରଶାସନ କୁ ସିଫା ପକ୍ଷରୁ ପରାମର୍ଶ ଦିଆଯିବ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ