ଓଡିଶା

odisha

ETV Bharat / state

ଆମିକସ୍‌କ୍ୟୁରୀଙ୍କ କୋଣାର୍କ ପରିଦର୍ଶନ - ଆମିକସ୍‌କ୍ୟୁରୀ ଏନ୍.କେ.ମହାନ୍ତି

ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍‌କ୍ୟୁରୀ । ଏହି ସମୟରେ ଆମିକସ୍‌କ୍ୟୁରୀ ଏନ୍.କେ.ମହାନ୍ତି ମନ୍ଦିରର ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି । ଏହା ସହ ମନ୍ଦିରରେ ଉପୁଜୁଥିବା ଜଳ ନିଷ୍କାସନ ସମସ୍ୟା, କୀର୍ତ୍ତିରାଜିର ସଂରକ୍ଷଣ ଆଦିର ସେ ତଦାରଖ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋଣାର୍କ

By

Published : Aug 14, 2019, 8:28 AM IST

ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍‌କ୍ୟୁରୀ । ଗସ୍ତ ସମୟରେ ଆମିକସ୍‌କ୍ୟୁରୀ ଏନ୍.କେ.ମହାନ୍ତି ସୂର୍ଯ୍ୟମନ୍ଦିରର ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି । ଏହି ସମୟରେ ତାଙ୍କ ସହ କୋର କମିଟି ସଦସ୍ୟ ଏନ.ସି.ପାଲ ମଧ୍ୟ ଉପସ୍ଥିତ ଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋଣାର୍କ

କୋଣାର୍କ ମନ୍ଦିରରେ ଉପୁଜୁଥିବା ଜଳ ନିଷ୍କାସନ ସମସ୍ୟା, କୀର୍ତ୍ତିରାଜିର ସଂରକ୍ଷଣ ଆଦିକୁ ସେ ତଦାରଖ କରିଛନ୍ତି । ଖୁବଶୀଘ୍ର ଏନେଇ ସେ ଭାରତୀୟ ପତ୍ନତାତ୍ତ୍ବିକ ବିଭାଗ (ଏଏସଆଇ) ସହ ଆଲୋଚନା କରି ଏକ ଷ୍ଟିଅରିଂ କମିଟି ବୈଠକ ବସାଇବା ନେଇ ସୂଚନା ମିଳିଛି। ସୂର୍ଯ୍ୟ ମନ୍ଦିରରେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଅନେକ ସମୟରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜଳ ଜମି ରହୁଛି । ଏହା ମନ୍ଦିର ପ୍ରତି ବିପଦ ବଢାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details