ଓଡିଶା

odisha

ETV Bharat / state

ଜଗନ୍ନାଥ ଧାମରେ ଆମିକସ୍‌ କ୍ୟୁରି - ଜଗନ୍ନାଥଙ୍କୁ ଦର୍ଶନ କଲେ ଆମିକସ୍ କ୍ୟୁରି

ପୁରୀରେ ପହଞ୍ଚିଛନ୍ତି ଆମିକସ୍‌ କ୍ୟୁରି ରଣଜିତ କୁମାର । ଏହି ଗସ୍ତରେ ସେ ଶ୍ରୀମନ୍ଦିର ସଂସ୍କାର ନେଇ ପୁରୀ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଇଛି ? ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ କିଭଳି ଉଚ୍ଛେଦ ପ୍ରକ୍ରିୟା ଚାଲିଛି ତାହା ଅନୁଧ୍ୟାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Sep 7, 2019, 8:43 AM IST

Updated : Sep 7, 2019, 10:03 AM IST

ପୁରୀ: ଜଗନ୍ନାଥ ଧାମରେ ଆସି ପହଞ୍ଚିଛନ୍ତି ଆମିକସ୍‌ କ୍ୟୁରି ରଣଜିତ କୁମାର । ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ତାଙ୍କ ସହ ସଲି ସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ପୁରୀ ଗସ୍ତରେ ଆସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି ଗସ୍ତରେ ସେ ଶ୍ରୀମନ୍ଦିର ସଂସ୍କାର ନେଇ ପୁରୀ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଇଛି ? ଓ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ କିଭଳି ଉଚ୍ଛେଦ ପ୍ରକ୍ରିୟା ଚାଲିଛି ତାହା ଅନୁଧ୍ୟାନ କରିଛନ୍ତି । ଏହା ବ୍ୟତୀତ ଆଜି ଶ୍ରୀମନ୍ଦିର ପ୍ରଶାସନ, କିଛି ବୁଦ୍ଧିଜୀବୀ, ସେବାୟତଙ୍କ ସହ ଆମିକସ୍‌ କ୍ୟୁରି ଓ ସଲି ସିଟର ଜେନେରାଲ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 7, 2019, 10:03 AM IST

ABOUT THE AUTHOR

...view details