ଓଡିଶା

odisha

ETV Bharat / state

ସରପଞ୍ଚଙ୍କ ବିରୋଧରେ ଚୋରା ବନ୍ଧୁକ କାରବାର ଅଭିଯୋଗ - ଚୋରା ବନ୍ଧୁକ କାରବାର ଅଭିଯୋଗ

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅଧିନ ରାହାଡ଼ମଲ ପଞ୍ଚାୟତର ସରପଞ୍ଚ ତଥା ବିଜୁ ଯୁବଜନତା ଦଳର ବ୍ରହ୍ମଗିରି ବ୍ଲକ ସଭାପତି ଅଶୋକ ପ୍ରଧାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । ସେ ଚୋରା ବନ୍ଧୁକ ଓ ଗୁଳି କାରବାର ସହ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ଆଣିଛନ୍ତି ବ୍ରହ୍ମଗିରି ବିଜେପି ନେତୃବୃନ୍ଦ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସରପଞ୍ଚଙ୍କ ବିରୋଧରେ ଚୋରା ବନ୍ଧୁକ କାରବାର ଅଭିଯୋଗ
ସରପଞ୍ଚଙ୍କ ବିରୋଧରେ ଚୋରା ବନ୍ଧୁକ କାରବାର ଅଭିଯୋଗ

By

Published : Sep 17, 2020, 8:03 PM IST

ବ୍ରହ୍ମଗିରି: ସରପଞ୍ଚଙ୍କ ବିରୁଦ୍ଧରେ ଚୋରା ବନ୍ଧୁକ ଓ ଗୁଳି କାରବାର ସହ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ଆଣିଛନ୍ତି ବ୍ରହ୍ମଗିରି ବିଜେପି ନେତୃବୃନ୍ଦ । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅଧିନ ରାହାଡ଼ମଲ ପଞ୍ଚାୟତର ସରପଞ୍ଚ ତଥା ବିଜୁ ଯୁବଜନତା ଦଳର ବ୍ରହ୍ମଗିରି ବ୍ଲକ ସଭାପତି ଅଶୋକ ପ୍ରଧାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । ସେ ଚେରା ବନ୍ଧୁକ ଓ ଗୁଳି କାରବାର ସହ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ଆଣିଛନ୍ତି ବ୍ରହ୍ମଗିରି ବିଜେପି ନେତୃବୃନ୍ଦ ।

ସରପଞ୍ଚଙ୍କ ବିରୋଧରେ ଚୋରା ବନ୍ଧୁକ କାରବାର ଅଭିଯୋଗ

ଗୁରୁବାର ଗଡରୋଡଙ୍ଗ ଠାରେ ବିଜେପି ନେତୃବୁନ୍ଦମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି । ଗତ 12 ତାରିଖ ରାତିରେ ପୁରୀ-ଭୁବନେଶ୍ୱର ରାସ୍ତାରେ ସରପଞ୍ଚ ପ୍ରଧାନଙ୍କ ଏକ ସଡକ ଦୁର୍ଘଟଣା ଘଟିଥିଲା । ସେହି ସମୟରେ କିଛି ଅଫୁଟା ଗୁଳି ଓ ଏକ ଚୋରା ବନ୍ଧୁକ ତାଙ୍କ ଠାରୁ ପୋଲିସ ଜବତ କରିଛି । ସଞ୍ଜୟ ଦାସବର୍ମାଙ୍କ ପାଖ ଲୋକ ହେତୁ ତାଙ୍କ ନାମରେ ପୋଲିସ କୋହଳ ଦଫା ଲଗାଇଛି । ଏହାର ସଠିକ ତଦନ୍ତ କରି ପୋଲିସ ତାଙ୍କୁ ଏନଏସଏରେ ଗିରଫ କରିବା ସହିତ ସେ ନୈତିକତା ଦୃଷ୍ଟିରୁ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ବ୍ରହ୍ମଗିରି ମଣ୍ଡଳ ସଭାପତିମାନେ ଦାବି କରିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details