ଓଡିଶା

odisha

ETV Bharat / state

କୋଣାର୍କ ମନ୍ଦିରରୁ ବାଲି ଓ ପଥର ଚୋରି ଅଭିଯୋଗ - sand and stone theft from the Konark temple

କୋଣାର୍କ ମନ୍ଦିର ପରିସରରୁ ବେଆଇନ ଭାବେ ଏଏସଆଇ ବାଲି ଉତ୍ତୋଳନ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବାନ ପଥର ବି ଗାୟବ କରୁଛି । ଏହା ବିରୋଧରେ ପୋଲିସ କଡା କାର୍ଯ୍ୟନୁଷ୍ଠାନ ନେଉ ବୋଲି ଦାବି କରିଛି କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ । ଅଧିକ ପଢନ୍ତୁ...

ଣାର୍କ ମନ୍ଦିରରୁ ବାଲି ଓ ପଥର ଚୋରି ଅଭିଯୋଗ
ଣାର୍କ ମନ୍ଦିରରୁ ବାଲି ଓ ପଥର ଚୋରି ଅଭିଯୋଗ

By

Published : Dec 9, 2020, 9:31 PM IST

ପୁରୀ: କୋଣାର୍କ ମନ୍ଦିର ପରିସରରୁ ବେଆଇନ ଭାବେ ଏଏସଆଇ ବାଲି ଉତ୍ତୋଳନ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବାନ ପଥର ବି ଗାୟବ କରୁଛି । ଏହା ବିରୋଧରେ ପୋଲିସ କଡା କାର୍ଯ୍ୟନୁଷ୍ଠାନ ନେଉ ବୋଲି ଦାବି କରିଛି କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ । ଏନେଇ ଏଏସଆଇ ବିରୋଧରେ କୋଣାର୍କ ଥାନାରେ ଏତଲା ଦେଇଛନ୍ତି କୋଣାର୍କ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସୁବାସ ନାୟକ ।

କୋଣାର୍କ ମନ୍ଦିରରୁ ବାଲି ଓ ପଥର ଚୋରି ଅଭିଯୋଗ
କୋଣାର୍କ ମନ୍ଦିରରୁ ବାଲି ଓ ପଥର ଚୋରି ଅଭିଯୋଗ

ଗତ କିଛି ଦିନ ହେବ କୋଣାର୍କ ମନ୍ଦିରର ଦକ୍ଷିଣ ପାର୍ଶ୍ଵ ଗେଟରୁ ବାଲି ଉଠା ଯାଉଛି । ଏପରିକି କେତେକ ମୂଲ୍ୟବାନ ପଥର ବି ଗାୟବ କିମ୍ବା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏଭଳି ଅଭିଯୋଗ ସମ୍ପୁର୍ଣ୍ଣ ଭିତିହିନ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । କୋଣାର୍କ ପରିସରରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି । ତେଣୁ ଦକ୍ଷିଣ ପାର୍ଶ୍ଵ ଗେଟ ପଟେ ଭିଭିଆଇପି ଙ୍କ ପ୍ରବେଶ ପାଇଁ କାର୍ଯ୍ୟ ହେଉଛି ।

କୋଣାର୍କ ମନ୍ଦିରରୁ ବାଲି ଓ ପଥର ଚୋରି ଅଭିଯୋଗ

ଏଥିପାଇଁ ଥିବା ବାଲି ଓ କେତେକ ପୁରୁଣା ଅଦରକାରୀ ପଥର ସ୍ଥାନାନ୍ତର କରାଯାଇଛି । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଅଫିସ ନିର୍ଦ୍ଦେଶରେ ଏହି କାର୍ଯ୍ୟ ଚାଲିଛି । ଏଣୁ ଏଏସଆଇ ନାମରେ ଏଭଳି ଅପପ୍ରଚାର ଠିକ୍ ନୁହେଁ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । କୋଣାର୍କ ମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟ ପାଇଁ ଏଏସଆଇ ସବୁବେଳେ ସଜାଗ ଥିବା କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details