ଓଡିଶା

odisha

ETV Bharat / state

ଦୟା ନଦୀବନ୍ଧ ପଥର ପ୍ୟାକିଂ କାମରେ ଅନିୟମିତତା ଅଭିଯୋଗ - ଦୟା ନଦୀ ପଥର ପ୍ୟାକିଂ

Stone Packing On Daya River Embankment: ପୁରୀ ଜିଲ୍ଲା ପିପିଲି ବ୍ଲକ ଓରକଳ ଓ ପମସରା ପଞ୍ଚାୟତ ଦୟା ନଦୀର ବାମପାର୍ଶ୍ଵ ବନ୍ଧର ପଥର ପ୍ୟାକିଂ କାମରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ନଦୀକୂଳିଆ । ଅଧିକ ପଢ଼ନ୍ତୁ

ଦୟା ନଦୀବନ୍ଧ ପଥର ପ୍ୟାକିଂ କାମରେ ଅନିୟମିତତା ଅଭିଯୋଗ
ଦୟା ନଦୀବନ୍ଧ ପଥର ପ୍ୟାକିଂ କାମରେ ଅନିୟମିତତା ଅଭିଯୋଗ

By ETV Bharat Odisha Team

Published : Jan 12, 2024, 9:46 PM IST

ଦୟା ନଦୀବନ୍ଧ ପଥର ପ୍ୟାକିଂ କାମରେ ଅନିୟମିତତା ଅଭିଯୋଗ

ନିମାପଡ଼ା:ନଦୀ ଆଡ଼ି ବନ୍ଧ କାମରେ ଦୁର୍ନୀତି । ପାଣିରେ ବୁଡ଼ି ଯିବ ଟଙ୍କାର ପଥର ପ୍ୟାକିଂ । କୋଟି କୋଟି ଟଙ୍କାରେ ନିର୍ମାଣ କରାଯାଉ ଥିବା ଆଡ଼ି ବନ୍ଧର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ନଦୀକୂଳିଆ । ସେପଟେ ଅନୁଧ୍ୟାନ କରି କାମରେ ସ୍ଵଚ୍ଛତା ଆଣିବାର ପ୍ରତିଶ୍ରୁତି ଦେଲେ ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ । ତେବେ ଦୟା ନଦୀର ବାମପାର୍ଶ୍ଵ ବନ୍ଧର ପଥର ପ୍ୟାକିଂରେ ଅନିୟମିତତା କରାଯାଉଥିବା ଅଭିଯୋଗ ଆସିଛି ।

ଜଳସମ୍ପଦ ବିଭାଗ ଅଧୀନରେ ପୁରୀ ଜିଲ୍ଲା ପିପିଲି ବ୍ଲକ ଓରକଳ ଓ ପମସରା ପଞ୍ଚାୟତ ଦୟା ନଦୀର ବାମପାର୍ଶ୍ଵ ବନ୍ଧର ପଥର ପ୍ୟାକିଂ କାମରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ନଦୀକୂଳିଆ । ନଦୀର ସୁରକ୍ଷା ବନ୍ଧ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିବା ବେଳେ ପଥର ପ୍ୟାକିଂରେ ଛୋଟ ଛୋଟ ପଥର ବ୍ୟବହାର କରାଯାଉଛି । ଏହାସହ କେବଳ ଉପରେ ପଥରକୁ ଛାପି ଦିଆଯାଇଛି । ଫଳରେ ବନ୍ୟା ଆସିଲେ ପଥର ପ୍ୟାକିଂ ନଦୀ ଗର୍ଭକୁ ଚାଲି ଯିବାର ଆଶଙ୍କା କରିଛନ୍ତି ନଦୀ କୂଳିଆ । ୪ କୋଟି ୩୧ ଲକ୍ଷ ୨୩ ହଜାର ୯୬୧ ଟଙ୍କା ବ୍ୟୟରେ ଦୟା ନଦୀ ବାମପାର୍ଶ୍ଵରେ ବନ୍ଧ ପ୍ରଶସ୍ତି କରଣ, ବନ୍ଧରେ ମାଟି ପକାଇବା ଓ ପଥର ପ୍ୟାକିଂ ବ୍ୟୟ ବରାଦ ହୋଇଥିଲେ ମଧ୍ୟ ନିମ୍ନମାନର କାମ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ନଦୀକୂଳିଆ । ଜଳସମ୍ପଦ ବିଭାଗ ଝିଣ୍ଟି ମାରି ବଣି ପୋଷିଲା ଭଳି କାମ କରୁଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ ।

ତେବେ ଦୟା ନଦୀରେ ପ୍ରତିବର୍ଷ ବନ୍ୟା ଆସି ବହୁ କ୍ଷୟକ୍ଷତି କରୁଥିବା ବେଳେ ପଥର ପ୍ୟାକିଂ ହେଉଥିବା ସ୍ଥାନ ଗୁଡିକରେ ଗଳିଆ ବାରମ୍ବାର ସୃଷ୍ଟି କରିଥାଏ । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଦୟା ନଦୀର ଗୋବର୍ଦ୍ଧନପୁର ଓ ପମସରା ନିକଟରେ ପଥର ପ୍ୟାକିଂ କାମ ଆରମ୍ଭ କରିଛି । ବନ୍ଧର ସୁରକ୍ଷା ପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପଥର ପ୍ୟାକିଂ ବ୍ୟବସ୍ଥା କରାଯାଉଛି । କିଛିଦିନ ତଳେ କାମ ଆରମ୍ଭ ହୋଇ ଥିବା ବେଳେ ଠିକାଦାର କେତେବେଳେ ମେସିନ ସାହାର୍ଯ୍ୟରେ ପଥର ପ୍ୟାକିଂ କରୁଛି ତ କେତେବେଳେ ଲୋକେ ଓ ମେସିନ ଉଭୟ କାମ କରୁଛନ୍ତି । ନିମ୍ନମାନର ପଥର ବ୍ୟବହାର କରିବା ସହିତ ଅଵଶ୍ୟକତା ଅନୁସାରେ ପଥରକୁ ପ୍ୟାକିଂ କାର୍ଯ୍ୟରେ ଲଗାଯାଉ ନାହିଁ। ମନମୁଖୀ ଭାବରେ କାମ ହେଉଛି । ବନ୍ୟା ଆସିଲେ ବନ୍ଧ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସ୍ଥାନୀୟବାସୀ କହିଥିବା ବେଳେ କୋଟି କୋଟି ଟଙ୍କାର ପଥର ପ୍ୟାକିଂ କାମ ବିନା ସୂଚନା ଫଳକରେ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......୭ ବର୍ଷରେ ନଦୀଗର୍ଭରେ ଲୀନ ହେଲାଣି ୪୦୦ ମିଟର ନଦୀପଠା, ଆତଙ୍କିତ ନଦୀକୂଳିଆ

ଅନ୍ୟପଟେ ନିମ୍ନମାନର କାମ ଅଭିଯୋଗର ଅନୁଧ୍ୟାନ କରିବା ସହିତ କାମରେ ସ୍ଵଛତା ଅବଲମ୍ବନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ । ଅନୁଧ୍ୟାନ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଠିକାଦାର ବିରୁଦ୍ଧରେ ନିଆଯିବ ବୋଲି କହିଛନ୍ତି । ତେବେ ନଦୀ ବନ୍ଧର ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକାଦାରଙ୍କ ମନମୁଖୀ କାମ ଓ ବିଭାଗୀୟ ଅଧିକାରୀଙ୍କ ନୀରବତା ଦୟା ନଦୀକୁ ବିପଦ ଆଣିପାରେ ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details