ଓଡିଶା

odisha

ETV Bharat / state

ବାଲୁଖଣ୍ଡ ଅଭୟାରଣ୍ୟରେ ବେଆଇନ ନିର୍ମାଣ, ବୁଦ୍ଧିଜୀବୀ ମହଲରେ ଉଦବେଗ - ଉପକୂଳ ନିୟାମକ ଜୋନ

ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ବେଆଇନ ନିର୍ମାଣ ନେଇ ଅଭିଯୋଗ । CRZ ଆଇନ ବିରୋଧରେ ଯାଇ ଏଠାରେ ଜବରଦଖଲ ବଢିବାରେ ଲାଗିଥିବା ବେଳେ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Puri Balukhand Konark Wildlife Sanctuary
Puri Balukhand Konark Wildlife Sanctuary

By

Published : Feb 20, 2023, 10:02 PM IST

ବାଲୁଖଣ୍ଡ ଅଭୟାରଣ୍ୟରେ ବେଆଇନ ନିର୍ମାଣ

ପୁରୀ:ବାଲୁଖଣ୍ଡ ଅଭୟାରଣ୍ୟରେ ଉପକୂଳ ନିୟାମକ ଜୋନ (CRZ) ଆଇନକୁ ଖୁଲମଖୁଲା ଉଲଙ୍ଘନ । କୌଣସି ବି ଅଭୟାରଣ୍ୟର ୫୦୦ ମିଟର ମଧ୍ୟରେ ସ୍ଥାୟୀ ନିର୍ମାଣ କାର୍ଯ୍ୟ କରିବାର ନିୟମ ନଥିଲେ ମଧ୍ୟ ସ୍ପଷ୍ଟ ଦିବାଲୋକରେ ଏହାକୁ ଉଲ୍ଲଙ୍ଘନ କରଯାଉଥିବା ଅଭିଯୋଗ ହୋଇଛି । ଅଭୟାରଣ୍ୟରେ ଗଛ କାଟି ଦିନକୁ ଦିନ ଘରୋଇ ଜବରଦଖଲ ବଢିବାରେ ଲାଗିଥିବା ବେଳେ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ନଗର କଂଗ୍ରେସ ସଭାପତି ଓ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଅଭୟାରଣ୍ୟର ଅତି ନିକଟରେ ସ୍ଥାୟୀ ଜନବସତି ଗଢି ଉଠିଥିବା ବେଳେ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ PKDA, ବନବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଆଇନ ଉଲ୍ଲଙ୍ଘନକାରୀଙ୍କୁ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । ଫଳରେ ଅଭୟାରଣ୍ୟରେ ଗଛ କାଟି ଦିନକୁ ଦିନ ଘରୋଇ ଜବରଦଖଲ ବଢିବାରେ ଲାଗିଛି । ଏଥିପାଇଁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ମଧ୍ୟ ପ୍ରଭାବିତ ହେଉଛି । ଫଳରେ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କ ଚଳପ୍ରଚଳରେ ବାଧାସୃଷ୍ଟି ହେଉଛି। କେବଳ ସେତିକି ନୁହେଁ ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡା ଦେବା ସ୍ଥଳ ମଧ୍ୟ ଏହାଦ୍ବାରା ପ୍ରଭାବିତ ହେଉଛି।

ଏହା ବି ପଢନ୍ତୁ-ବିଧାୟକ ସୁରଙ୍କ ଘରେ ବିଜୟ, କଂଗ୍ରେସ ମହଲରେ ଚର୍ଚ୍ଚା

ଏଣୁ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ CRZ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇଥିବା ବେଳେ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ନଗର କଂଗ୍ରେସ ସଭାପତି ଓ ବୁଦ୍ଧିଜୀବି ଦାବି କରିଛନ୍ତି । ପୁରୀ-କୋଣାର୍କ ରାସ୍ତା ବାଲୁଖଣ୍ଡ ଅଭୟାରଣ୍ୟରେ ଜବରଦଖଲକାରୀ ଓ ଜନବସତି ଗଢ଼ି ଉଠିବା ଯୋଗୁଁ ଏଠାରେ ଥିବା ହରିଣମାନେ ସହର ମୁହାଁ ହେଉଛନ୍ତି । ଅନେକ ସମୟରେ ରାସ୍ତାରେ ଗାଡ଼ି ସହିତ ଦୁର୍ଘଟଣାରେ ହରିଣମାନେ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ତେବେ ବାଲୁଖଣ୍ଡ ଅଭୟାରଣ୍ୟରେ ଜନବସତି ନିର୍ମାଣ, ସମୁଦ୍ର ଠାରୁ ୫୦୦ ମିଟର ଦୂରତା ମଧ୍ୟରେ କୋଠାବାଡି ନିର୍ମାଣ ଓ ସମୁଦ୍ରକୁ ଯାତାୟତ କରିବା ପାଇଁ ଥିବା ରାସ୍ତା ଅବରୋଧ କଲେ ତାହା CRZ ଆଇନ ଉଲ୍ଲଙ୍ଘନ ଭାବେ ବାବେଚନା କରାଯାଏ ।

ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଏସମସ୍ତ ନିୟମ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିଲେ ମଧ୍ୟ ବନବିଭାଗ, ପିକେଡିଏ ଓ ଜିଲ୍ଲା ପ୍ରଶାସନର ନୀରବତା ପରିବେଶବିତମାନଙ୍କୁ ଆଘାତ ଦେବାସହ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏପଟେ CRZ ଆଇନର ନିୟମକୁ କେବେ ବି ଉଲ୍ଲଙ୍ଘନ କରାଯାଉନାହିଁ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ସେପଟେ କୌଣସି ବ୍ୟକ୍ତି ଯଦି ଏହି ନିୟମକୁ ଉଲ୍ଲଂଘନ କରୁଛନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details