ଓଡିଶା

odisha

ଆଜି ପବିତ୍ର ବାହୁଡା ଯାତ୍ରା, ବଡଦେଉଳକୁ ବାହୁଡିବେ ବଡଠାକୁର

By

Published : Jun 28, 2023, 7:06 AM IST

Updated : Jun 28, 2023, 11:35 AM IST

ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ବାହୁଡା ଯାତ୍ରା । ନଅ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ଆସନ୍ତାକାଲି ସୁନାବେଶରେ ଦର୍ଶନ ଦେବେ ମହାବାହୁ । ଅଧିକ ପଢନ୍ତୁ

Bahuda yatra of lord jagannath
ଆଜି ପବିତ୍ର ବାହୁଡା ଯାତ୍ରା

ବଡଦେଉଳକୁ ବାହୁଡିବେ ବଡଠାକୁର

ପୁରୀ: ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ନବଦିନାତ୍ମକ ଲୀଳା ଶେଷ ହୋଇଛି । ଆଜି ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ନବଦିନାତ୍ମକ ଯାତ୍ରାରେ ବାହୁଡା ଯାତ୍ରା ଆଉ ଏକ ପର୍ବ । ଆଜି ଶ୍ରୀମନ୍ଦିରକୁ ବାହୁଡିବେ ଶ୍ରୀଜିଉ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଭାଇଭଉଣୀଙ୍କୁ ସାଥୀରେ ଧରି ବଡଦେଉଳକୁ ବାହୁଡିବେ କାଳିଆ ଠାକୁର । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରରେ ଦାରୁବ୍ରହ୍ମଙ୍କ ଅପେକ୍ଷାରେ ରହିଛନ୍ତି ତିନିଥର । ମଧ୍ୟାହ୍ନ 12ଟାରେ ପହଣ୍ଡି ପରେ ଅପରାହ୍ନ 4 ଟାରେ ରଥଟଣା ହେବ ।

ଆଜି ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥିରେ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ । ଜନ୍ମବେଦୀକୁ ରତ୍ନବେଦୀକୁ ଫେରିବେ ଶ୍ରୀଜିଉ । ଶରଧାବାଲିରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନିରଥ । କେବଳ ନୀଳାଦ୍ରିନାଥଙ୍କ ଆଗମନକୁ ଅପେକ୍ଷା । ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ । ପ୍ରଭାତରୁ ମଙ୍ଗଳ ଆଳତୀ ସରିବା ପରେ ସମସ୍ତ ନୀତି 11ଟା 45 ମିନିଟରେ ସରିବ । ଏହା ପରେ 12ଟାରେ ପହଣ୍ଡି ଆରମ୍ଭ ହେବ । ଶ୍ରୀବିଗ୍ରହଙ୍କ ପହଣ୍ଡି ସରିବା ପରେ ଅପରାହ୍ନ 4ଟାରୁ ରଥଟଣା ଆରମ୍ଭ ହେବା ନେଇ ନୀତିନିର୍ଘଣ୍ଟ ହୋଇଛି । ଆଜି ମାଉସୀ ମା' ମନ୍ଦିରରେ ପୋଡ ପିଠା ଖାଇବେ ଶ୍ରୀଜିଉ । ଖେଚେଡି ଭୋଗ ଖାଇ ବାହୁଡା ଯାତ୍ରାରେ ବାହାରିବେ ତିନିଠାକୁର । ଧାଡି ପହଣ୍ଡିରେ ରଥକୁ ବିଜେ କରିବେ ମହାବାହୁ ।

ଏହା ବି ପଢନ୍ତୁ...Bahuda Yatra: କାଲି ମାଉସୀ ମା' ମନ୍ଦିରରେ ପୋଡ଼ପିଠା ଖାଇବେ ଶ୍ରୀଜିଉ, କେମିତି ହୁଏ ଏହାର ପ୍ରସ୍ତୁତି

ଏହା ବି ପଢନ୍ତୁ...ଲାଗିଲା କାଳିଆ ଡୋରି; ନାକରେ ଅକ୍ସିଜେନ ଲଗାଇ ଦର୍ଶନ ପାଇଁ ଆସିଲେ ମହିଳା

ମହାପ୍ରଭୁଙ୍କ ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରଥ ଉପରେ ଶୃଙ୍ଖଳା ରକ୍ଷା ପାଇଁ କଟକଣା କରାଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପଞ୍ଚସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର । ଆସନ୍ତାକାଲି (ଗୁରୁବାର) ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ମହଣ ମହଣ ସୁନାରେ ସଜେଇ ହେବେ । ମହାପ୍ରଭୁଙ୍କ ଏହି ଦୁର୍ଲଭ ଏବଂ ଆକର୍ଷଣୀୟ ବେଶ ଦେଖିବାକୁ ସୁଯୋଗ ପାଇବେ ଭକ୍ତ । ଆସନ୍ତାକାଲି ସୁନାବେଶ ଥିବାରୁ ଆଜି ସନ୍ଧ୍ୟା ସୁଦ୍ଧା ସିଂହଦ୍ବାର ସମ୍ମୁଖରେ ତିନି ରଥ ଲାଗିବ ।

ଇଟିଭି ଭାରତ, ପୁରୀ

Last Updated : Jun 28, 2023, 11:35 AM IST

ABOUT THE AUTHOR

...view details