ଓଡିଶା

odisha

By

Published : Oct 25, 2021, 9:45 PM IST

Updated : Oct 25, 2021, 10:06 PM IST

ETV Bharat / state

ପୁରୀରେ ଅଲ୍‌ ଓଡିଶା ବିଚ୍‌ କୁସ୍ତି ଚମ୍ପିଆନସିପ୍‌ ଉଦ୍‌ଘାଟିତ

ଦୁଇଦିନିଆ ଅଲ୍‌ ଓଡିଶା ବିଚ୍‌ କୁସ୍ତି ଚମ୍ପିଆନସିପ୍ ପୁରୀର ନିଳାଦ୍ରୀ ବେଳାଭୂମିରେ ଉଦ୍‌ଘାଟିତ । ଅଧିକ ପଢନ୍ତୁ...

All odisha beach wrestling championship starts at Puri
ପୁରୀରେ ଅଲ ଓଡିଶା ବିଚ୍‌ କୁସ୍ତି ଚମ୍ପିଆନସିପ୍‌ ଉଦ୍‌ଘାଟିତ

ପୁରୀ: ଦୁଇଦିନିଆ ଅଲ୍‌ ଓଡିଶା ବିଚ୍‌ କୁସ୍ତି ଚମ୍ପିଆନସିପ୍ ପୁରୀର ନିଳାଦ୍ରୀ ବେଳାଭୂମିରେ ଉଦ୍‌ଘାଟିତ ହୋଇଛି । ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା କ୍ରୀଡା ଅଧିକାରୀଚନ୍ଦନ କୁମାର ସାହୁ, ରାଜ୍ୟ କୁସ୍ତି ସଂଘ କାର୍ଯ୍ୟକାରୀ ସଭାପତି ହରିହର ପଟ୍ଟନାୟକ, ସଭାପତି ରାମଚନ୍ଦ୍ର ପାଢୀ, ସମ୍ପାଦକ କିଶୋର ଚନ୍ଦ୍ର ବେହେରା, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରେ ଅଲ୍‌ ଓଡିଶା ବିଚ୍‌ କୁସ୍ତି ଚମ୍ପିଆନସିପ୍‌ ଉଦ୍‌ଘାଟିତ

ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଯାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି ଚମ୍ପିଆନସିପ୍ ଆୟୋଜନ କରାଯାଉଛି । ୧୨ ରୁ ୧୫, ୧୬ ରୁ ୧୮ ଏବଂ ୧୯ ବର୍ଷ ବୟସରୁ ଊର୍ଦ୍ଧ୍ବ ଉଭୟ ବାଳକ ଓ ବାଳିକା, ପୁରୁଷ ଏବଂ ମହିଳା ବିଭାଗରେ ପ୍ରତିଯୋଗିତା ହେଉଛି ।

ପ୍ରତ୍ୟେକ ବିଭାଗର ବିଜେତାଙ୍କୁ ୫ ହଜାର ଓ ରନର୍ସଅପ୍‌ଙ୍କୁ ୩ ହଜାର ଟଙ୍କା ପୁରସ୍କାର ରାଶି ସହ ସ୍ପୋର୍ଟ୍ସ କିଟ୍‌ ପ୍ରଦାନ କରାଯିବ । ଏଥିରେ ସାରା ରାଜ୍ୟର ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି । ମ୍ୟାଚ୍‌ ପରିଚାଳନା ପାଇଁ ୩୦ ଜଣ ଅଫିସିଆଲ ଓ ୨୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ଏହି ଅବସରରେ ଜିଲ୍ଲାର ବରିଷ୍ଠ କୁସ୍ତିବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 25, 2021, 10:06 PM IST

ABOUT THE AUTHOR

...view details