ବ୍ରହ୍ମଗିରି: ଆସନ୍ତାକାଲି(ଗୁରୁବାର) ପ୍ରଭୁ ଅଲାରନାଥଙ୍କ ପୁଷ୍ୟାଭିଷେକ ପର୍ବ ଅନୁଷ୍ଠିତ କରାଯିବ। ଆଜି ସକାଳୁ ମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ସେବାୟତମାନେ ତିନୋଟି ଦଳ ହୋଇ ଘଣ୍ଟ, ମାଦଳ ଓ ତୁରୀ ସହିତ ପାଟ ପଟୁଆରରେ ସୁଆର ସେବକମାନେ ମହୋଦଧି, ପତ୍ରି ସେବକମାନେ ଅର୍ଜୁନଙ୍କ ସର ପୋଖରୀ ଏବଂ ପଣ୍ଡା ସେବକମାନେ ଭାର୍ଗବୀ ତ୍ରିବେଣୀ ଘାଟରୁ ଜଳ ଆଣି ଏକତ୍ରିତ ହୋଇ ମନ୍ଦିରରେ ପହଞ୍ଚିଛନ୍ତି ।
ଅଲାରନାଥଙ୍କ ପୁଷ୍ୟାଭିଷେକ, ଆସିଲା ପଞ୍ଚତୀର୍ଥ ଜଳ - Alarnath's puspavisekh tomorrow
ଆସନ୍ତାକାଲି(ଗୁରୁବାର) ଅନୁଷ୍ଠିତ ହେବ ଅଲାରନାଥଙ୍କ ପୁଷ୍ପାଭିଷେକ । ମହୋଦଧି, ଅର୍ଜୁନଙ୍କ ସର ଓ ତ୍ରିବେଣୀ ଘାଟିରୁ ଆସିଲା ପଞ୍ଚତୀର୍ଥ ଜଳ । ଅଧିକ ପଢନ୍ତୁ...
ଅଲାରନାଥଙ୍କ ପୁଷ୍ୟାଭିଷେକ, ଆସିଲା ପଞ୍ଚତୀର୍ଥ ଜଳ
ମନ୍ଦିର ମଧ୍ୟରେ ଥିବା ଗଙ୍ଗା ଯମୁନା କୂପରୁ 108 ମାଟି ପାତ୍ରରେ ପୂର୍ବରୁ ଥିବା ଜଳ ସହ ଏହି ଜଳ ମିଶାଇ ପଞ୍ଚତୀର୍ଥ ଜଳ ପ୍ରସ୍ତୁତ ହୋଇଥାଏ । ଏଥିରେ କର୍ପୁର, ଚନ୍ଦନ ଓ ଘୁର୍ତ୍ତ ମିଶାଯାଏ । ପ୍ରସ୍ତୁତ ସୁବାସିତ ପଞ୍ଚତୀର୍ଥ ଜଳରେ ଅଲାରନାଥଙ୍କ ପୁଷ୍ୟାଭିଷେକ କାର୍ଯ୍ୟ ସମାପନ କରାଯାଏ ।
ବ୍ରହ୍ମଗିରିରରୁ ଦେବାଶିଷ ଦାସ, ଇଟିଭି ଭାରତ