ଓଡିଶା

odisha

By

Published : Nov 1, 2021, 7:53 PM IST

ETV Bharat / state

କଲେଜ ସମସ୍ୟା ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ପୁରୀର ଅଲରାନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ବିଭିନ୍ନ ସମସ୍ୟା । ଏହାର ପ୍ରତିବାଦରେ କଲେଜରେ ତାଲା ପକାଇ ଧାରଣାରେ ବସିଛନ୍ତି ଅନେକ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

କଲେଜ ସମସ୍ୟା ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ
କଲେଜ ସମସ୍ୟା ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ବ୍ରହ୍ମଗିରି:ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବହୁ ପୁରାତନ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଛାତ୍ରଛାତ୍ରୀ ବିଡ଼ିଓଙ୍କଠୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ମାତ୍ର କୌଣସି ସୁଫଳ ନ ମିଳିବାରୁ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଅନେକ ଛାତ୍ରଛାତ୍ରୀ ।

କଲେଜ ସମସ୍ୟା ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ପାଠପଢା ପାଇଁ ଶ୍ରେଣୀ ଗୃହ ନାହିଁ । ଯେଉଁଠି ପଢାଯାଉଛି ତାହା ଅସୁରକ୍ଷିତ । ଲାଇବ୍ରେରୀରେ ପାଠ୍ୟ ପୁସ୍ତକ ନାହିଁ । କଲେଜରେ ସାଇକେଲ ଷ୍ଟାଣ୍ଡ ନଥିବା ବେଳେ କଲେଜର ଖେଳ ପଡିଆ ଅବା ଖେଳ ସାମଗ୍ରୀ ନାହିଁ, କଲେଜରେ ପାଚେରୀ ନାହିଁ । ଫଳରେ କଲେଜ ମଧ୍ୟକୁ ପ୍ରତିଦିନ ଅସାମାଜିକ ଅଣଛାତ୍ର ପ୍ରବେଶ କରି ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି । ବିଶେଷ କରି କଳା ବିଭାଗର ଓଡ଼ିଆ ଅଧ୍ୟାପକଙ୍କୁ ଛାଡି ଦେଲେ ଅନ୍ୟ କୌଣସି ବିଷୟର ଅଧ୍ୟାପକ ନାହାଁନ୍ତି ।

ଏ ନେଇ ଛାତ୍ରଛାତ୍ରୀ ବାରମ୍ବାର ପୁରୀ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରି ନିରାଶ ହୋଇ ଶେଷରେ ଆଜି(ସୋମବାର) ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଏମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ସମସ୍ୟାର ସମାଧାନ ନ ହେବା ପଯ୍ୟନ୍ତ ଧାରଣାରେ ବସିବେ ବୋଲି କହିଛନ୍ତି । କଲେଜ ଅଧ୍ୟକ୍ଷା ଧାରଣାସ୍ଥଳକୁ ଯାଇ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ସେଥିରେ ବିଫଳ ହୋଇଥିବା ଦେଖାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details