ଓଡିଶା

odisha

ETV Bharat / state

ଚନ୍ଦ୍ର ଗ୍ରହଣ ବିଧିକୁ ହେତୁବାଦୀଙ୍କ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି କଲା ହିନ୍ଦୁ ମହାସଭା - ଅଖିଳ ଭାରତ ହିନ୍ଦୁ ମହାସଭା

ସୂର୍ଯ୍ୟ ପରାଗ ପରେ ଚନ୍ଦ୍ର ଗ୍ରହଣ ବିଧିକୁ ହେତୁବାଦୀ ସଂଗଠନର ବିରୋଧ । ଚନ୍ଦ୍ର ଗ୍ରହଣ ସମୟରେ ମଧ୍ୟ ରନ୍ଧାଖାଦ୍ୟ ବଣ୍ଟାଯିବ ଓ ସେବନ କରାଯିବ ବୋଲି କହିଛି ସଂଗଠନ । କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲା ଅଖିଳ ଭାରତ ହିନ୍ଦୁ ମହାସଭା । ଅଧିକ ପଢ଼ନ୍ତୁ

ଚନ୍ଦ୍ର ଗ୍ରହଣ ବିଧିକୁ ହେତୁବାଦୀଙ୍କ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି କଲା ହିନ୍ଦୁ ମହାସଭା
ଚନ୍ଦ୍ର ଗ୍ରହଣ ବିଧିକୁ ହେତୁବାଦୀଙ୍କ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି କଲା ହିନ୍ଦୁ ମହାସଭା

By

Published : Nov 6, 2022, 10:18 AM IST

ପୁରୀ: ସୂର୍ଯ୍ୟ ପରାଗରେ ଖାଦ୍ୟ ଖାଇବାକୁ ନେଇ ଟାର୍ଗେଟରେ ହେତୁବାଦୀ । ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ତେବେ ଆସନ୍ତା ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ହେବାକୁ ଥିବାବେଳେ ଏହାକୁ ମଧ୍ୟ ହେତୁବାଦୀ ସଂଗଠନ ବିରୋଧ କରିଛି । ତେବେ ଚନ୍ଦ୍ର ଗ୍ରହଣ ସମୟରେ ରନ୍ଧାଖାଦ୍ୟ ବଣ୍ଟାଯିବ ଓ ସେବନ କରାଯିବ ବୋଲି ହେତୁବାଦୀ ସଂଗଠନ କହିବା ପରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି ଅଖିଳ ଭାରତ ହିନ୍ଦୁ ମହାସଭା ।

ଚନ୍ଦ୍ର ଗ୍ରହଣ ବିଧିକୁ ହେତୁବାଦୀଙ୍କ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି କଲା ହିନ୍ଦୁ ମହାସଭା

ସୂର୍ଯ୍ୟ ପରାଗ ସମୟରେ ସାମୁହିକ ସ୍ଥାନରେ ଚିକେନ ବିରିୟାନୀ ପ୍ରସ୍ତୁତ କରି ଖାଇବା ଓ ବାଣ୍ଟିବାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ହେତୁବାଦୀ ସଂଗଠନର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । କିନ୍ତୁ ଏହି ପଦକ୍ଷେପକୁ ସଠିକ ବୋଲି ଦର୍ଶାଇଛି ହେତୁବାଦୀ ସଂଗଠନ । ତେବେ ଆସନ୍ତା ପୂର୍ଣ୍ଣିମାରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ବିଧିକୁ ମଧ୍ୟ ଅନ୍ଧ ବିଶ୍ବାସ କହିବା ସହ ପୁଣି ଚନ୍ଦ୍ର ଗ୍ରହଣ ସମୟରେ ରନ୍ଧା ଖାଦ୍ୟ ବଣ୍ଟାଯିବ ଓ ସେବନ କରାଯିବ ବୋଲି କୁହାଯାଇଛି । ଏଭଳି ମନ୍ତବ୍ୟକୁ ବିରୋଧ କରିଛି ଅଖିଳ ଭାରତ ହିନ୍ଦୁ ମହାସଭା ।

ହେତୁବାଦୀମାନେ ହିନ୍ଦୁ ଧର୍ମରେ ବିଭେଦ ସୃଷ୍ଟି କରି ସମାଜରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଖିଳ ଭାରତ ହିନ୍ଦୁ ମହାସଭା ଅଭିଯୋଗ କରିଛି । କୋଟି କୋଟି ହିନ୍ଦୁ ଲୋକଙ୍କ ଆସ୍ଥାକୁ ହେତୁବାଦୀ କୁଠାରଘାତ କରୁଛନ୍ତି ବୋଲି କହିଛନ୍ତି ଅଖିଳ ଭାରତ ହିନ୍ଦୁ ମହାସଭାର କର୍ମକର୍ତ୍ତା ହରିଶଙ୍କର ମିଶ୍ର । ଏଣୁ ଏହାକୁ ରୋକିବାକୁ ମହାସଭା ପକ୍ଷରୁ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ହେତୁବାଦୀ ସଂଗଠନ କୌଣସି ଏକ ବିଦେଶୀ ସଂସ୍ଥାରୁ ଆର୍ଥିକ ସାହାଯ୍ୟ ପାଇ ଏହି ହିନ୍ଦୁ ବିରୋଧି ଅଭିଯାନ ଚଳାଇଛି । ଏହାର ସିବିଆଇ ତଦନ୍ତ କରିବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details