ପୁରୀ:ରଥଯାତ୍ରା ସମୟରେ ନିୟମ ଉଲ୍ଲଘଂନ ପଡିଛି ମହଙ୍ଗା । ଜିଲ୍ଲାର ବଡଦାଣ୍ଡ ନିକଟରେ ଥିବା ଅକ୍ଷୟ ପାତ୍ର ବିଲ୍ଡିଂ ସିଲ କରିଛି ପୋଲିସ । ସେ କିଛି ଇସ୍କନ ଭକ୍ତଙ୍କୁ ରଖି ରଥଯାତ୍ରା ଦେଖାଉଥିବା ଅଭିଯୋଗ ହୋଇଥିଲା ।
କଟକଣା ଉଲ୍ଲଙ୍ଘନ ନେଇ ଅକ୍ଷୟ ପାତ୍ର ଫାଉଣ୍ଡେସନ ବିଲ୍ଡିଂ ସିଲ୍ ହୋଇଛି । ରଥଯାତ୍ରା ପାଇଁ ଲାଗୁ ହୋଇଥିବା କୋଭିଡ୍ SOP ଉଲ୍ଲଙ୍ଘନ ଅଭିଯୋଗରେ ବିଲ୍ଡିଂକୁ ସିଲ କରାଯାଇଛି । ଛାତ ଉପରେ ରଥଯାତ୍ରା ଦେଖିବା ପାଇଁ ସରକାର ବାରଣ କରିଥିଲେ ମଧ୍ୟ ଏହି ବିଲ୍ଡିଂ ମାଲିକ କିଛି ଇସ୍କନ ଭକ୍ତଙ୍କୁ ରଖି ରଥଯାତ୍ରା ଦେଖାଉଥିବା ଅଭିଯୋଗ ହୋଇଥିଲା ।