ପୁରୀ: କୋରୋନା କଟକଣା ସତ୍ତ୍ବେ ଭଉଁରୀ ତିଥିରେ ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିବା ପରେ ତିନି ରଥର ଅଖ ଓ ଚକ ଡେରା ନୀତି ସମ୍ପନ୍ନ ହୋଇଛି । ମହାପ୍ରଭୁଙ୍କ ମନ୍ଦିର ବାହାରେ କୌଣସି ନୀତି କାର୍ଯ୍ୟ ଶୁଭାରମ୍ଭ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବାର ପରମ୍ପରା ରହିଛି।
ଆସିଲା ମହାପ୍ରଭୁଙ୍କ ଆଜ୍ଞା ମାଳ, ରଥର ଅଖ ଓ ଚକ ଡେରା ନୀତି ସମ୍ପନ୍ନ - ପୁରୀ ଖବର
ଶୁକ୍ରବାର ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞା ମାଳ ଆସିବା ପରେ ତିନି ରଥର ଅଖ ଓ ଚକ ଡେରା ନୀତି ସମ୍ପନ୍ନ ହୋଇଛି । ତେବେ ଆଜ୍ଞା ମାଳର କଣ ରହିଛି ପରମ୍ପରା କହିଲେ ଜଗନ୍ନାଥ ସଂସ୍କୃତି ପ୍ରଚାରକ । ଅଧିକ ପଢ଼ନ୍ତୁ...
![ଆସିଲା ମହାପ୍ରଭୁଙ୍କ ଆଜ୍ଞା ମାଳ, ରଥର ଅଖ ଓ ଚକ ଡେରା ନୀତି ସମ୍ପନ୍ନ Akha chaka dera ritual completed, puri, lord jagannath's Agyan Mala, Agyan Mala, ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞା ମାଳ, ଜଗନ୍ନାଥ ସଂସ୍କୃତି ପ୍ରଚାରକ, ପୁରୀ ଖବର, ଜଗନ୍ନାଥ ମନ୍ଦିର](https://etvbharatimages.akamaized.net/etvbharat/prod-images/768-512-7210530-833-7210530-1589544286293.jpg)
ଆସିଲା ମହାପ୍ରଭୁଙ୍କ ଆଜ୍ଞା ମାଳ, ରଥର ଅଖ ଓ ଚକ ଡେରା ନୀତି ସମ୍ପନ୍ନ
ଆସିଲା ମହାପ୍ରଭୁଙ୍କ ଆଜ୍ଞା ମାଳ, ରଥର ଅଖ ଓ ଚକ ଡେରା ନୀତି ସମ୍ପନ୍ନ
ପୂଜାପଣ୍ଡା ସାମନ୍ତ ମାନେ ଆଜ୍ଞା ମାଳ ଆଣିବା ବେଳେ ଘଣ୍ଟ, କାହାଳି, ଛତା ବ୍ୟବହାର ହୋଇଥାଏ। ରଥ ନିର୍ମାଣ ସମେତ ଅନେକ ପରମ୍ପରା ସମୟରେ ଏହି ଆଜ୍ଞା ମାଳ ଆସି ଥାଏ । ପରେ କାର୍ଯ୍ୟର ସୁଭାରମ୍ଭ ହୋଇଥାଏ। ଏହି ଆଜ୍ଞା ମାଳ ବିଭିନ୍ନ ସୁବାସିତ ଫୁଲ ସମେତ ତୁଳସୀ, ରଙ୍ଗଣୀ ଫୁଲରେ ତିଆରି ହୋଇଥାଏ। ତେବେ ଆଜ୍ଞା ମାଳ ପରମ୍ପରା କଣ ଓ ଏହା ପଛରେ କଣ ରହିଛି କାହାଣୀ ଏ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ