କଟକ: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନିର୍ଦ୍ଦେଶର ପରିବର୍ତ୍ତନ ପାଇଁ ନିବେଦନ । ଚଳିତବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗତକାଲି (ଗୁରୁବାର) ନିର୍ଦ୍ଦେଶ ଦେଇଥିଲେ । ଆଜି ନିର୍ଦ୍ଦେଶର ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟରେ ମଡିଫିକେସନ ପିଟିସନ ଦାଖଲ କରାଯାଇଛି ।
ସୁପ୍ରିମକୋର୍ଟରେ ପୁଣି ରଥଯାତ୍ରା ମାମଲା, ପୁନଃବିଚାର ପାଇଁ ଦାଏର ହେଲା ପିଟିସନ - again file modification pitision in the Supreme Court
ସୁପ୍ରିମକୋର୍ଟରେ ମଡିଫିକେସନ ପିଟିସନ
15:53 June 19
ପୁଣି ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲା
ସୁପ୍ରିମକୋର୍ଟରେ ପୁଣି ରଥଯାତ୍ରା ମାମଲା, ପୁନଃବିଚାର ପାଇଁ ଦାଏର ହେଲା ପିଟିସନ
ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନଙ୍କ ତରଫରୁ ଆଇନଜୀବୀ ପ୍ରଣୟ ମହାପାତ୍ରଙ୍କ ପକ୍ଷରୁ ପୁନଃବିଚାର ପିଟିସନ ଦାଏର ହୋଇଛି । କେବଳ ପୁରୀରେ ରଥଯାତ୍ରା କରିବାକୁ ଆବେଦନ କରାଯାଇଛି । ରଥଯାତ୍ରାଦିନ ପୁରୀକୁ ସଟଡାଉନ ଘୋଷଣା କରିବାକୁ ନିବେଦନ ହୋଇଛି ।
ଆସନ୍ତା ସୋମବାର ଏନେଇ ଶୁଣାଣି ହୋଇପାରେ । ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ପରିବର୍ତ୍ତନ କରିବା ନେଇ ଏହି ପିଟିସନରେ ପ୍ରାର୍ଥନା କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Jun 20, 2020, 10:28 AM IST