ଓଡିଶା

odisha

By

Published : Sep 5, 2019, 10:52 AM IST

ETV Bharat / state

ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ: ଖଜାପଟ୍ଟିରୁ ଉଠୁଛି ଦୋକାନ

ରବିବାରଠୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ପୁଣି ଆଜିଠୁ ଉଚ୍ଛେଦ ଅଭିଯାନ ଜୋରଦାର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ରବିବାରଠୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ପୁଣି ଉଚ୍ଛେଦ ଅଭିଯାନ ଜୋରଦାର କରିଛି । ଆଜି ସକାଳୁ ଶ୍ରୀମନ୍ଦିର ନିକଟରେ ଥିବା ଖଜାପଟ୍ଟିରେ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି ।

ତେବେ ସୂଚନାନୁଯାୟୀ, ଏଠାରେ ଏକାଧିକ ପ୍ରସିଦ୍ଧ ଖଜା ଦୋକାନ ରହିଥିଲା । ପ୍ରଶାସନର ଉଚ୍ଛେଦ ନୋଟିସ ପରେ ଦୁଇ ଦିନ ପୂର୍ବରୁ ଦୋକାନୀ ଜାଗା ଛାଡିଛନ୍ତି । ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନରେ ଥିବା ସମସ୍ତ କୋଠା ବାଡ଼ି ଉଚ୍ଛେଦ ହେବ ବୋଲି ପୂର୍ବରୁ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଦେଇଛି । ଏବେ ସୁଦ୍ଧା, ଲଙ୍ଗୁଳି ମଠ, ଏମାର ମଠ ଆଦି ଉଚ୍ଛେଦ ହୋଇସାରିଥିବାବେଳେ ବଡ ଆଖଡା ମଠ ଉଚ୍ଛେଦ ନେଇ ବିବାଦ ଲାଗି ରହିଛି । ପାର୍ବଣର ମାହୋଲ ଥିବା ହେତୁ ରବିବାରଠୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details