ଓଡିଶା

odisha

ETV Bharat / state

ରଥଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତିଙ୍କର ପୁଣିଥରେ ହେବ କୋରୋନା ଟେଷ୍ଟ

ରଥଯାତ୍ରାରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ କୋରୋନା ଟେଷ୍ଟ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ସଂକ୍ରମଣ ଯେଭଳି ପୁରୀ ସହରରେ ନବ୍ୟାପେ ସେନେଇ ଏହି ପଦକ୍ଷେପ ନିଆଯାଉଛି। ଏନେଇ ବୁଧବାର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

By

Published : Jun 24, 2020, 2:38 PM IST

Updated : Jun 24, 2020, 3:37 PM IST

corona testing
ରଥଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତିଙ୍କ ପୁଣିଥରେ ହେବ କୋରୋନା ପରୀକ୍ଷା

ପୁରୀ: ରଥଯାତ୍ରାରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ କୋରୋନା ଟେଷ୍ଟ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ସଂକ୍ରମଣ ଯେଭଳି ପୁରୀ ସହରରେ ନବ୍ୟାପେ ସେନେଇ ଏହି ପଦକ୍ଷେପ ନିଆଯାଉଛି। ଏନେଇ ବୁଧବାର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ରଥଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତିଙ୍କର ପୁଣିଥରେ ହେବ କୋରୋନା ଟେଷ୍ଟ

ଉନ୍ନୟନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

ନିଷ୍ପତ୍ତି ଅନୁଯାୟୀ ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତଙ୍କ ପୁଣି କୋରୋନା ଟେଷ୍ଟ ହେବ। ଦୁଇଥର ଲେଖାଏଁ କୋଭିଡ ଟେଷ୍ଟ ହେବ। ସେବାୟତ ସହିତ ରଥଯାତ୍ରାରେ ସାମିଲ ପୋଲିସ କର୍ମଚାରୀ ,ସରକାରୀ କର୍ମଚାରୀଙ୍କ ସମେତ ସମସ୍ତ ବ୍ୟକ୍ତି ବିଶେଷଙ୍କ କୋରୋନା ପରୀକ୍ଷା ହେବ।

କାରଣ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ବିଶେଷ ଏହି ରଥଯାତ୍ରା କାର୍ଯ୍ୟକ୍ରମରେ ସାମିଲ ରହିବେ। କୋଭିଡ ସଂକ୍ରମଣ ଯେଭଳି ନବ୍ୟାପେ ସେନେଇ ସୁନିଶ୍ଚିତ କରିବା ପାଇଁ ଏହି ଟେଷ୍ଟ ହେବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ବୁଧବାର ପ୍ରଥମେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ପୋଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି। ପର୍ଯ୍ୟାୟ କ୍ରମେ ସେବାୟତ, ସରକାରୀ କର୍ମଚାରୀଙ୍କ ମଧ୍ୟ କୋରୋନା ଟେଷ୍ଟ ହେବ।

ତେବେ ରଥଯାତ୍ରା ସୁରୁଖୁରୁରେ ହୋଇଥିବା ଏବଂ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସବୁ କିଛି ହୋଇଥିଲା ବୋଲୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର କହିଛନ୍ତି। ସେହିପରି ରଥଯାତ୍ରା ପୂର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟରୁ ଜଣେ ସେବାୟତ କୋରୋନା ପଜେଟିଭ ପରେ ପ୍ରଶାସନ ଅଧିକ ସଚେତନ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 24, 2020, 3:37 PM IST

ABOUT THE AUTHOR

...view details