ଓଡିଶା

odisha

ETV Bharat / state

ନିଳାଦ୍ରୀ ବିଜେ ପରେ ରଥ ଖାଁଖା, କଢ଼ା ହେଲେ ସାରଥି ଓ ପାର୍ଶ୍ଵ ଦେବାଦେବୀ

ନିଳାଦ୍ରୀ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ମାତ୍ର ଏବେ ସିଂହଦ୍ବାରରେ ଠିଆ ହୋଇଥିବା ତିନିରଥ ଖାଁ ଖାଁ ହୋଇଯାଇଛି । ଏବେ ତିନି ରଥରେ ଲାଗିଥିବା ସାରଥି, ଘୋଡ଼ା ଓ ପାର୍ଶ୍ଵ ଦେବଦେବୀ ଆଦିକୁ ଖୋଲାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

By

Published : Jul 5, 2020, 5:21 PM IST

puri
କଢ଼ା ହେଲେ ସାରଥି ଓ ପାର୍ଶ୍ଵ ଦେବାଦେବୀ

ପୁରୀ: ବିନା ଭକ୍ତରେ ନବଦିନାତ୍ମକ ଯାତ୍ରା କରି ନିଳାଦ୍ରୀ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଉ ଏହା ସହିତ ଶେଷ ହୋଇଛି ମହାବାହୁଙ୍କ ରଥଯାତ୍ରା । ରତ୍ନବେଦୀରେ ଅଧିଷ୍ଠିତ ହୋଇଛନ୍ତି ମହାପ୍ରଭୁ । ମାତ୍ର ଏବେ ସିଂହଦ୍ବାରରେ ଠିଆ ହୋଇଥିବା ତିନିରଥ ଖାଁ ଖାଁ ହୋଇଯାଇଛି । ଏବେ ତିନି ରଥରେ ଲାଗିଥିବା ସାରଥି, ଘୋଡ଼ା ଓ ପାର୍ଶ୍ଵ ଦେବଦେବୀ ଆଦିକୁ ଖୋଲାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ନିଳାଦ୍ରୀ ବିଜେ ପରେ ରଥ ଖାଁଖା

ରଥରୁ ସାରଥି, ଘୋଡା ଓ ପାର୍ଶ୍ଵ ଦେବଦେବୀଙ୍କୁ ଖୋଲାଯାଇ ଯଥା ସ୍ଥାନରେ ରଖାଯିବା ପରେ ତିନିରଥ ଖୋଲିବା କାର୍ଯ୍ୟ ଆରମ୍ଭ ହେବ। ତେବେ ତିନି ରଥ ଖୋଲା ଯାଇ କିଛି ଜିନିଷ ଭକ୍ତଙ୍କୁ ନିଲାମ କରାଯାଏ।

କଢ଼ା ହେଲେ ସାରଥି ଓ ପାର୍ଶ୍ଵ ଦେବାଦେବୀ

ରଥର ଚକ ସମେତ ଅନ୍ୟ କିଛି ରଥ ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ବିକ୍ରି କରିଥାଏ। ତେବେ କିନ୍ତୁ ତିନି ରଥର ସାରଥି, ଘୋଡା, ପାର୍ଶ୍ଵ ଦେବାଦେବୀ, କଳସ, ଓଲଟ ଶୁଆ ବିକ୍ରି ହୋଇ ନଥାଏ। ଏଗୁଡିକୁ ଦୋଳବେଦୀ କୋଣ, ଗୁଣ୍ଡିଚା ମନ୍ଦିରରେ ସୁରକ୍ଷିତ ରଖାଯାଏ।

ପରମ୍ପରା ଅନୁଯାୟୀ ତିନି ରଥର ସାରଥି, ଘୋଡା, ପାର୍ଶ୍ଵ ଦେବାଦେବୀ ମହାପ୍ରଭୁଙ୍କ ନବକଳେବରରେ ପାତାଳୀ କରାଯାଏ। ଏଣୁ ପ୍ରତିବର୍ଷ ରଥଯାତ୍ରା ପାଇଁ ତିନିରଥ ନୂଆ ଭାବେ ତିଆରି ହେଉଥିଲେ ମଧ୍ୟ ରଥର ସାରଥି, ଘୋଡା, ପାର୍ଶ୍ଵ ଦେବଦେବୀ, ଓଲଟ ଶୁଆ ଆଦିଙ୍କୁ କେଵଳ ରଙ୍ଗ ଦିଆଯାଇ ରଥରେ ଲଗାଯାଏ।

ତେବେ ନିଳାଦ୍ରୀ ବିଜେ ପରଦିନ ଭୋଇ ସେବକମାନେ ରଥରୁ ସାରଥୀ, ଘୋଡା, ପାର୍ଶ୍ଵ ଦେବଦେବୀ ଆଦି ଖୋଲି ଯଥା ସ୍ଥାନରେ ସୁରକ୍ଷିତ ଭାବେ ଆସନ୍ତା ରଥଯାତ୍ରା ପାଇଁ ରଖାଯାଏ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details