ପୁରୀ: ରଥଯାତ୍ରା ସାରି ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି । ଖାଲି ପଡ଼ିଥିବା ଶ୍ରୀମନ୍ଦିର ପୁଣି ଥରେ ଚଳଚଞ୍ଚଳ । ଆଜି(ମଙ୍ଗଳବାର) ସକାଳ ଧୂପ ସରିବା ପରେ ଖେଚୁଡ଼ି ଭୋଗ ସମେତ ଡାଲମା ଭୋଗ କରାଯାଇଛି । ମହାପ୍ରଭୁଙ୍କ ନିକଟରେ ନୀଳାଚଳ ଅବଢା ଲାଗି ହେବା ପରେ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ।
ନୀଳାଚଳ ଅବଢା ପାଇ ଆନନ୍ଦିତ ଭକ୍ତ - ପୁରୀ
ଲୀଳାମୟ ନୀଳକନ୍ଦର ବାହୁଡ଼ିବା ପରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲାଗିରହିଛି ଭିଡ଼ । ସେପଟେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରସାଦ ।
![ନୀଳାଚଳ ଅବଢା ପାଇ ଆନନ୍ଦିତ ଭକ୍ତ](https://etvbharatimages.akamaized.net/etvbharat/prod-images/768-512-3853596-thumbnail-3x2-puri.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ସେପଟେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ରାତିରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗନୀତି ହେବ। ଏହାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ