ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ଗଲେ କେଉଁଭଳି ପୋଷାକ ପିନ୍ଧିବେ ଭକ୍ତ ? ଜାରି ହେଲା ମାର୍ଗଦର୍ଶିକା - ଶ୍ରୀମନ୍ଦିର ଡ୍ରେସ କୋଡ ଆଡଭାଇଜରୀ

ଶ୍ରୀମନ୍ଦିର ଯାଉଥିଲେ କେଉଁଭଳି ପୋଷାକ ପିନ୍ଧିବେ ଭକ୍ତ ସେନେଇ ଆସିଲା ମାର୍ଗଦର୍ଶିକା । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ କଟକଣା
ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ କଟକଣା

By ETV Bharat Odisha Team

Published : Oct 13, 2023, 12:14 PM IST

Updated : Oct 13, 2023, 12:51 PM IST

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ କଟକଣା

ପୁରୀ:ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଉଥିବା ଭକ୍ତ କେଉଁଭଳି ପୋଷାକ ପିନ୍ଧିବେ, ସେନେଇ ଆସିଛି ମାର୍ଗଦର୍ଶିକା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ, ପୁରୁଷମାନେ ପ୍ୟାଣ୍ଟ୍‌ ସାର୍ଟ, କୁର୍ତ୍ତା ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ପୋଷାକ ପିନ୍ଧିବେ । ମହିଳାମାନେ ଶାଢ଼ୀ, ଶାଲୱାର ଭଳି ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ । ତେବେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସ , ଆଧୁନିକ ଡ୍ରେସ୍‌ ତଥା ଧାର୍ମିକ ଭାବନକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି ।

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ କଟକଣା

ଏ ସମ୍ପର୍କରେ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବା ସହ ଆସନ୍ତା ନୂଆବର୍ଷଠାରୁ ଏହାକୁ ଯେପରି କଡ଼ାକଡ଼ି ଭାବେ ଲାଗୁ କରାଯିବ ସେ ଦିଗରେ ପଦକ୍ଷେପ ନେବାକୁ ସମସ୍ତ ସେବାୟତ ନିଯୋଗର ସଭାପତି, ସମ୍ପାଦକ ଏବଂ ହୋଟେଲ ମାଲିକଙ୍କୁ ଚିଠି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜାନ କୁମାର ଦାଶ । ତେବେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କୌଣସି ନିର୍ଦ୍ଦିଷ୍ଟ ଡ୍ରେସ୍‌ କୋଡ୍‌ ଲାଗୁ ହୋଇନାହିଁ । ଭକ୍ତମାନେ ସଚେତନ ହୋଇ ନିଜ ବିବେକ ଅନୁସାରେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧନ୍ତୁ ବୋଲି ଦର୍ଶାଯାଇଛି ।

ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ସେବାୟତ ନିଯୋଗ ଓ ପୁରୀ ହୋଟେଲ ସଂଘକୁ ଚିଠି ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଶ୍ରୀମନ୍ଦିରକୁ ଯିବା ପାଇଁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ହୋଟେଲରେ ସଚେତନ କରିବାକୁ ଚିଠିରେ ଅନୁରୋଧ କରାଯାଇଛି । ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଏବେ ଏହି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ଆସନ୍ତା ଜାନୁଆରୀ 1 ତାରିଖ ଅର୍ଥାତ୍ ନୂଆବର୍ଷରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ।

ଏହାମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌ କୋଡ୍‌: ସୁର କହିଲେ ସେବାୟତଙ୍କ ପାଇଁ କରାଯାଉ ଭକ୍ତଙ୍କ ପାଇଁ ନୁହେଁ

ଜାନୁଆରୀ 1ରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ । ଯେଉଁ ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷକ ନପିନ୍ଧି ଶ୍ରୀମନ୍ଦିରକୁ ଯିବେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଧାର୍ମିକ ପୀଠର ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି । ତାହାକୁ ସମସ୍ତେ ମାନିବାକୁ ପଡ଼ିବ । ଅନ୍ୟ ଧର୍ମରେ ବି ଧର୍ମୀୟ ସ୍ଥଳୀକୁ ଯିବା ପାଇଁ କିଭଳି ପୋଷାକ ପରିଧାନ କରିବେ ସେନେଇ ନିୟମ ରହିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ପୋଷାକରେ ଶାଳୀନତା ରଖିଲେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ବାତାବରଣ ବଜାୟ ରହିବ ।

ଆଧୁନିକ ପୋଷାକ ପିନ୍ଧି ସବୁ ଜାଗାକୁ ଲୋକେ ଯାଇପାରିବେ । ହେଲେ ଧର୍ମାନୁଷ୍ଠାନରେ ଏହା ଚଳିବ ନାହିଁ । ଆମ ପରମ୍ପରା ଅନୁଯାୟୀ ଡ୍ରେସ ପିନ୍ଧିବାକୁ ପଡ଼ିବ । ୧୨ ବର୍ଷରୁ କମ ବୟସ ପିଲା ହାଫ୍ ପ୍ୟାଣ୍ଟ୍ ପିନ୍ଧି ଶ୍ରୀମନ୍ଦିରକୁ ଆସିପାରିବେ । ହେଲେ 12 ବର୍ଷରୁ ଅଧିକ ବୟସ ପିଲା, ପ୍ରାପ୍ତ ବୟସ୍କ ଲୋକମାନେ ଫୁଲ୍‌ ପ୍ୟାଣ୍ଟ ପିନ୍ଧି ଆସିବେ । ହେଲେ ଆଜିକାଲି ଯେଭଳି ଚିରା ଫଟା ଡିଜାଇନର ପ୍ୟାଣ୍ଟ୍ ଆସୁଛି ତାହା ପିନ୍ଧି ମନ୍ଦିର ପ୍ରବେଶ ନେଇ କଟକଣା ରହିବ । ମହିଳାମାନେ ଶାଢୀ ଅବା ଶାଲୱାର ପିନ୍ଧି ମନ୍ଦିରରେ ପ୍ରବେଶ କରିପାରିବେ ।

ଇଟିଭି ଭାରତ, ପୁରୀ

Last Updated : Oct 13, 2023, 12:51 PM IST

ABOUT THE AUTHOR

...view details