ବ୍ରହ୍ମଗିରି : ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ବାଲିକେରା ପାଚିପାଳ ଆରଆଇ ସର୍କଲର ଗାଉଡ଼ିଆ ଘାଇ ମୌଜାର ସରକାରୀ ଜମିରେ ଏକାଧିକ ଇଟା ବ୍ୟବସାୟୀ ବେଆଇନ ଭାବେ ମାଟି ଇଟା ତିଆରି କରି ବ୍ୟବସାୟ କରି ଆସୁଥିଲେ । ଏହା ଦ୍ଵାରା ମୂର୍ତ୍ତିକା କ୍ଷୟ ହେବା ସହ ପରିବେଶ ପ୍ରଦୂଷଣ ହେଇ ଆସୁଥିଲା ।
ବେଆଇନ ଇଟାଭାଟିରେ ପ୍ରଶାସନର ଚଢ଼ାଉ - illegal bricks mill in bramhagiri
ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ବାଲିକେରା ପାଚିପାଳ ଆରଆଇ ସର୍କଲର ଗାଉଡ଼ିଆ ଘାଇ ମୌଜାର ସରକାରୀ ଜମିରେ ଏକାଧିକ ଇଟା ବ୍ୟବସାୟୀ ବେଆଇନ ଭାବେ ମାଟି ଇଟା ତିଆରି କରି ବ୍ୟବସାୟ କରି ଆସୁଥିଲେ । ଶୁକ୍ରବାର ଦିନ ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ପ୍ରଭଦ କୁମାର ମହାନ୍ତି ଇଟାଭାଟିରେ ଚଢ଼ାଉ କରିଥିଲେ । ଅଧିକ ପଢନ୍ତୁ...
ବେଆଇନ ଇଟାଭାଟି ଉପରେ ପ୍ରଶାସନର ଚଢ଼ାଉ
ବାରମ୍ବାର ଅଭିଯୋଗ କ୍ରମେ ଶୁକ୍ରବାର ଦିନ ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ପ୍ରଭଦ କୁମାର ମହାନ୍ତି, ଆରଆଇ ଲଷ୍ମୀନାରାୟଣ ମିଶ୍ର ଏବଂ କିରାଣି ସୌମ୍ୟରଂଜନ ବାରିକ ମିଳିତ ଭାବେ ଇଟାଭାଟି ଉପରେ ଚଢ଼ାଉ କରିଥିଲେ ।
ଏଥିରେ ତିନି ଜଣଙ୍କ ଠାରୁ 7500 ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ ବିପିନ ବରାଳ ଓ ଶିବ ପ୍ରଧାନ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାନ୍ତି ଜଣାଇଛନ୍ତି ।