ଓଡିଶା

odisha

ETV Bharat / state

ଆଡପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ - ଆଡପ ମଣ୍ଡପ

ଆଡ଼ପ ମଣ୍ଡପରେ ମହାପ୍ରଭୁ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରଙ୍କ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳ ଧୂପ ସାରିବା ପରେ ଭକ୍ତ ଆଡପ ଅବଢ଼ା ପାଇ ପାରିବେ ।

ଡିଜାଇନ ଫଟୋ

By

Published : Jul 6, 2019, 12:38 PM IST

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସକାଳ 7ଟାରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆନନ୍ଦ ମନରେ ହଜାର ହଜାର ଭକ୍ତ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅପରାହ୍ନରେ ଆଡ଼ପ ଅବଢ଼ା ବାହାରିବ ବୋଲି ଜଣା ପଡିଛି । ସକାଳ ଧୂପ ସାରିବା ପରେ ଏହି ଆଡ଼ପ ଅବଢ଼ା ବାହାରିବ। ଶୁକ୍ରବାର ଦଇତାପତି ସେବକମାନେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୁରତିଙ୍କୁ ଆଡ଼ପ ମଣ୍ଡପ ବିଜେ କରାଇଥିଲେ ।

ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ କଡା ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜୟ ଜଗନ୍ନାଥ ଧ୍ୱନୀରେ ଶରଧାବାଲି ପ୍ରକମ୍ପିତ ହେଉଛି । ମହାପ୍ରଭୁଙ୍କ ଦର୍ଶନ ପାଇବା ପରେ ଶ୍ରଦ୍ଧାଳୁ ମାନେ ନିଜକୁ ଧନ୍ୟ ମଣିଛନ୍ତି । ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ସରିବା ପରେ ବାହାରିବାକୁ ଥିବା ପ୍ରଥମ ଆଡ଼ପ ଅବଢ଼ାକୁ ପାଇବା ପାଇଁ ଭକ୍ତ ମାନେ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି । ବିଶ୍ଵାସ ରହିଛି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details