ପୁରୀ: ମହାପ୍ରଭୁଙ୍କର ଆଡପ ଅବଢ଼ା ଆଜି ଗୁଣ୍ଡିଚା ମନ୍ଦିରରୁ ବାହାରିଛି । ବ୍ୟବସ୍ଥା ଅନୁଯାୟୀ ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ବାର ଓ ପୁରୀ ବସଷ୍ଟାଣ୍ଡରେ ଦୁଇଟି କାଉଣ୍ଟର ହୋଇଛି । ଭକ୍ତମାନେ ସେଠାରେ ଟୋକନ କାଟି ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇପାରିବେ । ସୁଆର ମହାସୁଆର ନିଯୋଗ ପକ୍ଷରୁ ଏହି ବ୍ୟବସ୍ଥା ହୋଇଛି ।
ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା - ଆଡପ ଅବଢ଼ା
ମହାପ୍ରଭୁଙ୍କର ଆଡପ ଅବଢ଼ା ଆଜି ଗୁଣ୍ଡିଚା ମନ୍ଦିରରୁ ବାହାରିଛି । ଅଧିକ ପଢନ୍ତୁ...
![ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା ଭକ୍ତ ପାଇଲେ ଆଡପ ଅବଢ଼ା](https://etvbharatimages.akamaized.net/etvbharat/prod-images/768-512-12453894-thumbnail-3x2-.jpg)
ଭକ୍ତ ପାଇଲେ ଆଡପ ଅବଢ଼ା
ଭକ୍ତ ପାଇଲେ ଆଡପ ଅବଢ଼ା
ଅନ୍ୟପଟେ କୋଭିଡ କଟକଣା ହେତୁ ଆଡପ ଦର୍ଶନ ବନ୍ଦ ରହିଛି । ପୁରାଣରେ ବର୍ଣ୍ଣନା ରହିଛି ମହାପ୍ରଭୁଙ୍କ ଆଡପ ମଣ୍ଡପରେ ଦର୍ଶନ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦଶ ହଜାର ଥର ଦର୍ଶନ ସହିତ ସମାନ । ସେଥିପାଇଁ ଭକ୍ତମାନେ ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଦର୍ଶନ ଓ ଆଡପ ଅବଢ଼ା ପାଇବା ପାଇଁ ଦୂର ଦୁରାନ୍ତରୁ ଛୁଟି ଆସନ୍ତି । କିନ୍ତୁ କୋଭିଡ ମହାମାରୀ ଯୋଗୁ ଏସବୁ ବନ୍ଦ ରହିଛି । କେବଳ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ