ଓଡିଶା

odisha

ଆଡପ ଅବଢ଼ା ପାଇ ବିଭୋର ଭକ୍ତ, ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ଶରଧା ବାଲି

By

Published : Jul 6, 2019, 6:15 PM IST

ଆଡପ ମଣ୍ଡପରେ ଆଡପ ଅବଢା ପାଇଲେ ଭକ୍ତ । ସକାଳ ଧୂପ ପରେ ଅପରାହ୍ନରେ ଏହି ଅବଢା ବାହାରିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି(ଶନିବାର) ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହାପରେ ମହାପ୍ରଭୁଙ୍କ ସକାଳ ଧୂପ ହୋଇ ଅପରାହ୍ନରେ ଆଡ଼ପ ଅବଢ଼ା ବାହାରିଥିଲା । ଯାହାକୁ ଭକ୍ତମାନେ ବେଶ ଆନନ୍ଦର ସହ ପାଇଥିଲେ ।

ଦୀର୍ଘ ସମୟ ଅପେକ୍ଷା ପରେ ଭକ୍ତଙ୍କୁ ଏହି ଅବଢା ମିଳିଥିଲା । ଆଡପ ମଡପରେ ସକାଳ 7ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା । ବେଶ ଆନନ୍ଦର ସହ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶୁକ୍ରବାର ଦଇତାପତି ସେବକମାନେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଆଡ଼ପ ମଣ୍ଡପ ବିଜେ କରାଇଥିଲେ । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଗନ୍ନାଥ ଧ୍ୱନ୍ବିରେ ପ୍ରକମ୍ପିତ ହୋଇଉଠିଥିଲା ଶରଧାବାଲି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମଣିଛନ୍ତି ଶ୍ରଦ୍ଧାଳୁ । ବିଶ୍ଵାସ ରହିଛି ଯେ, ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ଆଡ଼ପ ଅବଢା ସେବନ କଲେ କୋଟି ପୁଣ୍ୟ ମିଳିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details