ପୁରୀ: ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକଙ୍କୁ ଗୁଳିକରି ହତ୍ୟା । ପୁରୀ ଜିଲ୍ଲା ବାରବାଟୀ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସମ୍ପାଦକଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଶ୍ରୀମନ୍ଦିର ସେବାୟତଙ୍କୁ ଗୁଳି କରି ହତ୍ୟା - ଶ୍ରୀମନ୍ଦିର ସେବାୟତଙ୍କୁ ଗୁଳି କରି ହତ୍ୟା
ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକଙ୍କୁ ଗୁଳିକରି ହତ୍ୟା । ପୁରୀ ଜିଲ୍ଲା ବାରବାଟୀ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ
ପୁରୀ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ ତଥା ବାରବାଟୀ ଜାଗାର ସଭାପତି କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରାଯାଇଛି। କିଛି ଦୁର୍ବୁତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳେ କୃଷ୍ଣଚନ୍ଦ୍ର ବାରବାଟୀ ଜାଗା ନିକଟରେ ବସିଥିବା ବେଳେ କିଛି ଦୁର୍ବୁତ୍ତ ଗୁଳି କରି ଫେରାର ହୋଇ ଯାଇଥିଲେ। ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ