ଓଡିଶା

odisha

ETV Bharat / state

ନୟାହାଟ ଫାଣ୍ତିରୁ ଅଭିଯୁକ୍ତ ଚମ୍ପଟ, ପୁଅକୁ ଏନକାଉଣ୍ଟର ଅଭିଯୋଗ କେଲେ ମା’ - ନୟାହାଟ ଫାଣ୍ତି

ନୟାହାଟ ଫାଣ୍ତିରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା। ପୁଅକୁ ଏନକାଉଣ୍ଟର କରାଯାଇଥିବା ଅଭିଯୋଗ ଆଣିଲେ ଅଭିଯୁକ୍ତର ମାଆ । ଅଧିକ ପଢନ୍ତୁ

accused escaped from Nayahat Fandi in puri
accused escaped from Nayahat Fandi in puri

By

Published : Jun 17, 2023, 9:03 PM IST

accused escaped from Nayahat Fandi in puri

ନିଆଳି/ପୁରୀ: ଫାଣ୍ତି ହାଜତରୁ ଅଭିଯୁକ୍ତ ଚମ୍ପଟ ଘଟଣାକୁ ଚାରି ଦିନ ବିତିଛି । ହେଲେ ଅଭିଯୁକ୍ତ ଏବେ କେଉଁଠି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୋ ପୁଅକୁ ଏନକାଉଣ୍ଟର କରାଯାଇଥିବା କହିଛନ୍ତି ଚମ୍ପଟ ଅଭିଯୁକ୍ତର ମାଆ। । ସେପଟେ ଏହି ଘଟଣାରେ ଫାଣ୍ତି ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ଦାୟିତ୍ଵରେ ଥିବା କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଥିଲା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ନୟାହାଟ ଫାଣ୍ତି ଅନ୍ତର୍ଗତ ଧୂମାଳ ଗ୍ରାମର ବିଜୟୀ ଖଟୋଇ । ଗତ 14 ତାରିଖ ଦିନ ସକାଳେ ନୟାହାଟ ଫାଣ୍ତି ଅଧିକାରୀ ବାବୁଲି ପ୍ରଧାନ ତାଙ୍କୁ ଗିରଫ କରି ହାଜତରେ ରଖିଥିଲେ। ସେହି ଦିନ ଅପରାହ୍ନରେ ସମୟରେ ଦାୟିତ୍ଵରେ ଥିବା କନେଷ୍ଟବଳ ରାଜନ ମିଞ୍ଜିଙ୍କୁ ଚକମା ଦେଖାଇ ବିଜୟୀ ଥାନାରୁ ଚମ୍ପଟ ମାରିଥିବା ପୋଲିସ କହିଥିଲା। କିନ୍ତୁ ଚମ୍ପଟ ଘଟଣାକୁ ଚାରି ଦିନ ବିତିଯାଇଥିବା ବେଳେ ଅଭିଯୁକ୍ତ ବିଜୟ ଖଟୋଇଙ୍କ କୌଣସି ପତ୍ତା ମିିଳିପାରି ନାହିଁ। ଫଳରେ ଅଭିଯୁକ୍ତ ପରିବାର ଲୋକେ ପୋଲିସ ଉପରେ ଦୋଷ ଲଦିଛନ୍ତି ।

ବିଜୟକୁ ପୋଲିସ ଏନକାଉଣ୍ଟର କରିଛି ବୋଲି ଅଭିଯୋଗ କରିଛନ୍ତି ଅଭିଯୁକ୍ତର ମାଆ । କିନ୍ତୁ ଅଭିଯୁକ୍ତ ବିଜୟକୁ ଧରିବା ପାଇଁ ପୁରୀ ଜିଲ୍ଲା ପୋଲିସ ଏକ ଟିମ୍ କରି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ପୁରୀ ଏସପି ନୟାହାଟ ଫାଣ୍ତି ଅଧିକାରୀ ବାବୁଲି ପ୍ରଧାନଙ୍କୁ ସଦର କୋର୍ଟକୁ ବଦଳି କରିଥିବା ବେଳେ ଦାୟିତ୍ଵରେ ଅବହେଳା କରୁଥିବା କନେଷ୍ଟବଳ ରାଜନ ମିଞ୍ଜିଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ତେବେ ତତ୍ କାଳୀନ ନୟାହାଟ ଫାଣ୍ତି ଅଧିକାରୀଙ୍କୁ ଫୋନ ଯୋଗେ ପଚାରିବା ଏବଂ ତାଙ୍କର ପ୍ରତିକ୍ରିୟାରୁ ସ୍ପଷ୍ଟ ଜଣାଯାଇଛି ଯେ, ଅଭିଯୁକ୍ତ ବିଜୟ ଖଟୋଇଙ୍କ ନାଁରେ ଅଢେଇ ବର୍ଷ ତଳେ 40ଟି ମାମଲା ରହିଥିଲା । ଏହାକୁ ଆଧାର କରି ପୋଲିସ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଗତ 14 ତାରିଖ ଦିନ ନୟାହାଟ ଫାଣ୍ତିରେ ଆଉ ତିନୋଟି ମାମଲାରେ ବିଜୟକୁ ଗିରଫ କରାଯାଇଥିବା ବେଳେ ଚତୁରା ତର ସହ ସେ ଫାଣ୍ତିରୁ ଖସି ପଳାଇଛି। ଅଭିଯୁକ୍ତ ବିଜୟ ନାଁରେ ଗୋପ, କୋଣାର୍କ, ନିମାପଡ଼ା, ଚାରିଛକ, ନୟାହାଟ, ଭୁବନେଶ୍ୱର,କଟକ ଏବଂ ନାଉଗାଁ ଥାନାରେ ବିଭିନ୍ନ ମାମଲା ରହିଛି। ସେ ବହୁ ବାର ଚୋରି, ଡକାୟତି ଓ ଛିନତାଇ କାର୍ଯ୍ୟରେ ଲିପ୍ତ ରୁହେ ବୋଲି ପୋଲିସ ସୂଚନା ଦେଇଛି। ତେବେ ଅଭିଯୁକ୍ତ ବିଜୟ ଖଟୋଇ ନୟାହାଟ ଫାଣ୍ତିରୁ ଖସିଯିବ ପରେ ଏବେ ସେ କେଉଁଠି ସେନେଇ ଚିନ୍ତାରେ ପରିବାର ଲୋକେ।

ତେବେ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାିଚି ନା ସେ ପାଣ୍ଡିରୁ ଚମ୍ପଟ ମାରିଛି। ଅଭିଯୁକ୍ତ ବିଜୟ ଖଟୋଇଙ୍କୁ ପୋଲିସ ଠାବ ପରେ ହିଁ ସବୁ ସ୍ପଷ୍ଟ ହେବ। ଅଭିଯୁକ୍ତର ମାଆ ଗତ ଦୁଇ ଦିନ ତଳେ ନୟାହାଟ ଫାଣ୍ତି ଆଗରେ ଧାରଣାରେ ବସିଥିବା ବେଳେ ନିମାପଡ଼ା ଏସଡିପିଓ ଦେବାଶିଷ ମିଶ୍ର ବହୁ ବୁଝାଶୁଝା କରିବା ପରେ ସେ ଧାରଣାରୁ ହଟିଥିଲେ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details