ପୁରୀ: ଦେଶରେ ଅହେତୁର ତୈଳ ଦର ବୃଦ୍ଧି ସମସ୍ତଙ୍କ ଚିନ୍ତାର କାରଣ ହୋଇଛି । ଏହାର ପ୍ରତିବାଦ କରି ବିଭିନ୍ନ ଦଳ ପକ୍ଷରୁ ବିକ୍ଷୋଭ ପ୍ରର୍ଦଶନ କରାଯାଇଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ପୁରୀରେ ଆପ ସାଇକେଲ ରାଲି କରିଛି ।
ଦେଶରେ ପ୍ରତିଦିନ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି । ଆନ୍ତର୍ଜାତୀୟ ବଜାରରେ ତୈଳଦର କମ ଥିଲେ ମଧ୍ୟ ଭାରତରେ ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟ୍ୟାକ୍ସ ନେଉଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିଛି।