ପୁରୀ:ସାମାନ୍ୟ ବଚସାରୁ ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା । ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗୋଦା ଥାନା ବ୍ରାହ୍ମଣ ପାଟଣା ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ସ୍ଥାନୀୟ ଅଞ୍ଚଳର ଦିଲ୍ଲୀପ ବୋଲି ଜଣା ପଡ଼ିଛି। ସୋମବାର କୈାଣସି କାମରେ ଦିବ୍ୟସିଂହପୁର ପଞ୍ଚାୟତର ବ୍ରାହ୍ମଣପାଟଣା ଯାଇଥିଲେ ମୃତ ଦିଲ୍ଲୀପ । ସେଠାରେ ତାଙ୍କୁ ହତ୍ୟା କରାଯାଇଛି।
ବ୍ରାହ୍ମଣ ପାଟଣା ଯିବାପରେ ପୂର୍ବ ଶତ୍ରତୁାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ସହ ଦିଲ୍ଲୀପଙ୍କ କଥା କଟାକଟି ହୋଇଥିଲା । ସାମାନ୍ୟ କଥା କଟା କଟିରୁ ଯୁବକ ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ଦିଲ୍ଲୀପକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଦିଲ୍ଲୀପ । ଏହାପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଯୁବକ ଜଣକ ରାସ୍ତା କଡରେ ମୃତଦେହକୁ ଫୋପାଡି ସେଠାରୁ ଚମ୍ପଟ ମାରିଛି ।