ଓଡିଶା

odisha

ETV Bharat / state

ପୁରୀ କାକଟପୁର ଦେବୀ ନଦୀରେ ଅଘଟଣ, ନଦୀରେ ଭାସିଗଲା ଛାତ୍ର

ପୁରୀ କାକଟପୁର ଦେବୀନଦୀର ବାଉରୀଆକଣ ଠାରେ ଅଘଟଣ । ଦେବୀନଦୀରେ ଭାସିଗଲା ନାବାଳକ। ନିଖୋଜ ଭାସିଗଲା ନାବାଳକକୁ ଖୋଜୁଛି ଅଗ୍ନିଶମ ବାହିନୀ । ଅଧିକ ପଢ଼ନ୍ତୁ

By

Published : Mar 30, 2023, 11:02 PM IST

ପୁରୀ କାକଟପୁର ଦେବୀ ନଦୀରେ ଭାସିଗଲା ଛାତ୍ର
ପୁରୀ କାକଟପୁର ଦେବୀ ନଦୀରେ ଭାସିଗଲା ଛାତ୍ର

ପୁରୀ କାକଟପୁର ଦେବୀ ନଦୀରେ ଭାସିଗଲା ଛାତ୍ର

କାକାଟପୁର: ନଦୀରେ ଗାଧୋଇବା ହେଲା କାଳ । ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ନଦୀରେ ଭାସିଗଲା ନାବାଳକ । ପୁରୀ କାକଟପୁର ଦେବୀନଦୀର ବାଉରୀଆକଣ ଠାରେ ଅଘଟଣ । 4 ଜଣ ଛାତ୍ର ଗାଧେଇଲା ବେଳେ ଜଣେ ନିଖୋଜ। ପ୍ରାୟ ୮ଘଣ୍ଟା ଖୋଜାଖୋଜି ପରେବି ମିଳିଲା ନାହିଁ ଛାତ୍ରର ପତ୍ତା । ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ।

ଅଧିକ ପଢ଼ନ୍ତୁ: ଗୁଜୁରାଟରେ ରାମ ନବମୀ ଶୋଭାଯାତ୍ରାରେ ଉତ୍ତେଜନା ସହ ପଥରମାଡ, ବ୍ୟାପକ ଫୋର୍ସ ମୁତୟନ

ସୂଚନା ଅନୁଯାୟୀ ନିଖୋଜ ଛାତ୍ର ଲତାହରଣ ବସ୍ତିର ରଜିପୁର ଗାଁର ଏସ.କେ ଦାନୀତ । ତେବେ ସାଙ୍ଗମାନଙ୍କ ସହ ଦେବୀ ନଦୀର ବାଉରିଆକଣ ଘାଟରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ୪ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଛାତ୍ର ନଦୀରେ ନିଖୋଜ ହୋଇଥିଲେ। ନିଖୋଜ ଛାତ୍ରଙ୍କ ବୟସ ୧୪ ବର୍ଷ ହୋଇଥିବା ବେଳେ ସ୍ଥାନୀୟ ଜନସାଧାରଣ ଓ ଅସ୍ତରଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

ଅଧିକ ପଢ଼ନ୍ତୁ: ଲୁଟ ପରେ ଦୁର୍ବୃତ୍ତଙ୍କୁ ଏକାକୀ ଗୋଡ଼ାଇଲେ ୪୦କିମି, ପୋଲିସ ପାଟ୍ରୋଲିଂକୁ ନେଇ ଉଠିଲା ପ୍ରଶ୍ନ

ଖବର ପାଇବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଖୋଜ ହେବା ୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଛାତ୍ରର କୈଣସି ପତ୍ତା ମିଳି ନାହିଁ । ଘଟଣାସ୍ଥଳରେ କାକଟପୁର ପୋଲିସ ସହ ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ଛାତ୍ରଟି ଗାଧେଇବା ବେଳେ ଗୋଡଖସି ଯାଇ ଥିବାରୁ ପାଣିରେ ବୁଡ଼ି ଯାଇ ଥିବା ସନ୍ଦେହ କରାଯାଉଛି ।

ଅଧିକ ପଢ଼ନ୍ତୁ: ପୁଣି ବିବାଦରେ ତେଲେଙ୍ଗାନା ନିଲମ୍ବିତ ବିଜେପି ବିଧାୟକ ରାଜା ସିଂ, ହେଟ୍‌ସ୍ପିଚ ଅଭିଯୋଗରେ ମୁମ୍ବାଇରେ ମାମଲା ରୁଜୁ

ତେବେ ଅଗ୍ନିଶମ ବାହିନୀର ଉଦ୍ଧାର ପ୍ରକ୍ରିୟାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ଖୋଜିବା ପାଇଁ ଆବଶ୍ୟକ ଯନ୍ତ୍ର, ମେସିନ ନାଥିବା କାରଣରୁ ଖୋଜିବାରେ ବିଳମ୍ୱ ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ପ୍ରଶାସନ ଓଡରାଫ୍ ବାହିନୀ ଅଥବା ସ୍କୁବା ଡାଇଭରଙ୍କୁ ଡାକି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ତେବେ ଦେବୀନଦୀ ପ୍ରବଳ ଗଭୀର ହୋଇଥିବା ଫଳରେ ଘଟଣା ଅଗ୍ନିଶମ ବାହିନୀକୁ ଉଦ୍ଧାର କରିବାରେ ସମସ୍ଯା ହେଉଥିବା ଅଗ୍ନିଶମ ବାହିନୀର କର୍ମକର୍ତ୍ତା ସୂଚନା ଦେଇଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଇଟିଭି ଭାରତ, କାକାଟପୁର

ABOUT THE AUTHOR

...view details