ପୁରୀ:ଶ୍ରୀମନ୍ଦିର ପ୍ରଶାସନର ନୂଆ ୟୁନିଫର୍ମ ପଲିସିକୁ ଭୂ-ସମ୍ପତ୍ତି ସୁରକ୍ଷା ପରିଷଦର ତୀବ୍ର ବିରୋଧ । ଏହି ଆଇନ ବିରୋଧୀ ନିର୍ଦ୍ଦେଶନାମାର ପ୍ରତିବାଦ କରିବାକୁ ପୁରୀବାସୀଙ୍କୁ ଆହ୍ବାନ ଦେଇଛି ସଙ୍ଗଠନ । ଏପରିକି ଏହି ପଲିସିରେ ବିଚଳିତ ନହୋଇ ଜମି ରେଜିଷ୍ଟ୍ରି ନ କରିବା ପାଇଁ ମଧ୍ୟ ପୁରୀବାସୀଙ୍କୁ ସୂଚାଇ ଦେଇଛି ପରିଷଦ ।
ପୁରୀ ପ୍ରଶାସନର ଏହି ନିର୍ଦ୍ଦେଶନାମା ପୁରୀବାସୀଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛି । ବର୍ଷ ବର୍ଷ ଧରି ଭିଟାମାଟିରେ ରହୁଥିବା ଲୋକଙ୍କ ଠାରୁ 3 ଗୁଣା ଅର୍ଥ ଦାବି କରି ନୋଟିସ ଦିଆଯାଇଛି। ପୂର୍ବରୁ ପ୍ରଜସ୍ବତ ଅଧିକାର ବଳରେ ସ୍ଥାୟୀ ରୟତ ଭାବେ ବସବାସ କରୁଥିବା ମନ୍ଦିର ପରିଚାଳନା କମିଟି, ଲ୍ୟାଣ୍ଡ କମିଟି ଜମି ରେଜିଷ୍ଟ୍ରି ପାଇଁ ନୋଟିସ ଦେଇ ଚାପ ସୃଷ୍ଟି କରୁଥିବାବେଳେ ଭୂ-ସମ୍ପତ୍ତି ସୁରକ୍ଷା ପରିଷଦ ପୁରୀ ଏହାକୁ ତୀବ୍ର ନିନ୍ଦା କରିଛି । ତୁରନ୍ତ ଏଭଳି ନିଷ୍ପତ୍ତିରୁ ଶ୍ରୀମନ୍ଦିର ପ୍ରଶାସନ ନ ଓହରିଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।