ଓଡିଶା

odisha

ETV Bharat / state

ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ କଏଦୀଙ୍କ ମୃତ୍ୟୁ - କଏଦୀଙ୍କ ମୃତ୍ୟୁ

ପୁଣି ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଅସୁସ୍ଥ କାରଣରୁ କଏଦୀ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ପୁରୀ ଜିଲ୍ଲା ମୁଖ୍ୟ କାରାଗାର କଏଦୀଙ୍କ
ପୁଣି ପୁରୀ ଜିଲ୍ଲା ମୁଖ୍ୟ କାରାଗାର କଏଦୀଙ୍କ ମୃତ୍ୟୁ

By

Published : Jan 30, 2023, 4:03 PM IST

ପୁଣି ପୁରୀ ଜିଲ୍ଲା ମୁଖ୍ୟ କାରାଗାର କଏଦୀଙ୍କ ମୃତ୍ୟୁ

ପୁରୀ:ପୁଣି ପୁରୀ ଜିଲ୍ଲା ମୁଖ୍ୟ କାରାଗାର ବାଙ୍ଗର ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଦେହ ଅସୁସ୍ଥ କାରଣରୁ କଏଦୀ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀ ଜଣକ କଣାସ ଥାନା ଅନ୍ତର୍ଗତ ବଳାଜିତପୁରର ବିଶ୍ବନାଥ ବଳିୟାର ସିଂହ।

ଗତ ୧୬ ଜୁଲାଇ ୨୦୨୨ ରେ ଏକ ହତ୍ୟା ଘଟଣାରେ ବିଶ୍ଵନାଥଙ୍କ ସହ ୨୨ ଜଣ ଅଭିଯୁକ୍ତ ଜେଲ୍ ଯାଇଥିଲେ । ଗତ କିଛି ଦିନ ହେବ ବିଶ୍ଵନାଥଙ୍କ ଶରୀର ଅସୁସ୍ଥ ଥିବାବେଳେ ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ଜେଲ କର୍ମଚାରୀ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୃତ କଏଦୀଙ୍କ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିବାବେଳେ ପେଟ ଯନ୍ତ୍ରଣା ଯୋଗୁଁ ବିଶ୍ଵନାଥଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଝିଅ କହିଛନ୍ତି ।

ଗାଁରେ ଗଛ କଟା ଘଟଣାକୁ କେନ୍ଦ୍ରକରି ବିଶ୍ଵନାଥଙ୍କ ସହ ୨୨ ଜଣ ମିଶି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ । ପୁରୀ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଗତ ୬ ମାସ ହେବ ବିଶ୍ଵନାଥ ପେଟରେ ଯନ୍ତ୍ରଣା ପୀଡ଼ିତ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଗତ ଦୁଇମାସ ତଳେ ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିଲା ।

ମୃତ କଏଦୀଙ୍କ ଝିଅ କହିଛନ୍ତି, "ବାପାଙ୍କ ଦେହ ଖରାପ ଥିଲା । ତାଙ୍କ ପେଟର କିଛି ଗୋଟେ ସମସ୍ୟା ରହିଥିଲା । ଫେବୃଆରୀ 2 ତାରିଖରେ ତାଙ୍କ ଅପରେସନ ହେବାରଥିଲା । ମାତ୍ର ଆଜି ହଠାତ ତାଙ୍କ ପେଟରେ କିଛି ସମସ୍ୟା ହେବାକୁ ତାଙ୍କୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା । ପୂର୍ବରୁ ଡାକ୍ତର ତାଙ୍କୁ ଆଡମିଟ କରିବା ପାଇଁ କହିଥିଲେ ହେଲେ କିଛି ସମସ୍ୟା ପାଇଁ ଜେଲର ଆଡମିଟ କରିବାକୁ ମନା କରିଥିଲେ ।''

ଏହା ବି ପଢନ୍ତୁ...ନବଙ୍କଠୁ ନେଇ ଜଗବନ୍ଧୁ ଯାଏଁ ପ୍ରାଣାନ୍ତକ ଆକ୍ରମଣର ଶିକାର, କିଏ ବର୍ତ୍ତିଗଲା କିଏ ଚାଲିଗଲା

ତେବେ ଜେଲ୍ ଉପଯୁକ୍ତ ଚିକିତ୍ସା ସୁବିଧା ନ ଥିବାରୁ ତଙ୍କର ମୃତ୍ୟୁ ହୋଇ ଥିବା ଅଭିଯୋଗ ହୋଇଥିଲା । ପୁଣି ଜଣେ କଏଦୀ ମୃତ୍ୟୁ ପରେ ପୁରୀ ଜିଲା ମୁଖ୍ୟ କାରାଗାରରେ ଉପଯୁକ୍ତ ଚିକିତ୍ସା ହେଉ ନ ଥିବା କଥା କୁହାଯାଉଛି । ତେବେ ଜେଲ୍ ରେ କଏଦୀଙ୍କ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା ସହ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା ହେବାର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details