ବ୍ରହ୍ମଗିରି: ଜିଲ୍ଲାର ପାରିକୁଦ ଦେଉଳପଡା ଗ୍ରାମଠାରେ ଆୟୋଜିତ ପଣାଯାତ୍ରା ଦେଖିବା ପାଇଁ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ମାତ୍ର ପାରିକୁଦରେ ପହଞ୍ଚିବାକୁ ହେଲେ ଲୋକଙ୍କୁ ସାତପଡା ଘାଟ ଠାରୁ ଜହ୍ନୀକୁଦା ଘାଟ ପର୍ଯ୍ୟନ୍ତ ଡଙ୍ଗା ମାଧ୍ୟମରେ ଯିବାକୁ ପଡିଥାଏ । କିନ୍ତୁ, ଅସାଧୁ ଡଙ୍ଗା ମାଲିକଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ମଝି ଚିଲିକାରେ ଅଟକିଛନ୍ତି ଶତାଧିକ ଯାତ୍ରୀ ।
ଚିଲିକାରେ ଅଟକି ରହିଲା ଯାତ୍ରୀବାହୀ ଡଙ୍ଗା, ସାତପଡ଼ା ଘାଟରେ ବିପଦପୂର୍ଣ୍ଣ ଜଳଯାତ୍ରା - ସାତପଡ଼ା ଘାଟରେ ବିପଦପୂର୍ଣ୍ଣ ଜଳଯାତ୍ରା
ପୁରୀ ଜିଲ୍ଲାର ପାରିକୁଦ ଦେଉଳପଡା ଗ୍ରାମଠାରେ ଆୟୋଜିତ ପଣାଯାତ୍ରା ଦେଖିବା ପାଇଁ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଅସାଧୁ ଡଙ୍ଗା ମାଲିକଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ମଝି ଚିଲିକାରେ ଅଟକିଛନ୍ତି ଶତାଧିକ ଯାତ୍ରୀ । ଅଧିକ ପଢନ୍ତୁ
ଚିଲିକାରେ ଅଟକି ରହିଲା ଯାତ୍ରୀବାହୀ ଡଙ୍ଗା, ସାତପଡ଼ା ଘାଟରେ ବିପଦପୂର୍ଣ୍ଣ ଜଳଯାତ୍ରା
ସାଧାରଣ କିଛି ଅଧିକ ଟଙ୍କା ରୋଜଗାର ନିଶାରେ ଲୋକଙ୍କ ଜୀବନକୁ ମଝି ଚିଲିକାରେ ବାଜି ଲଗାଇଛନ୍ତି ସ୍ବାର୍ଥନିଷ୍ଠ ଦଲାଲମାନେ । ଯାହାଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାତ୍ରୀ । ପରେପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଡଙ୍ଗା ଗୁଡିକୁ ଜହ୍ନିକୁଦା ଘାଟକୁ ଛଡାଯାଇଥିବା ଦେଖିବାକୁ ମିଳିଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ