ପୁରୀ: ପୁରୀରେ କୋରୋନା କଟକଣା ଅବମାନନା କରି ସିଲ ହୋଇଛି ଏକ ନର୍ସିଂହୋମ । ସ୍ଥାନୀୟ ସତ୍ୟବାଦୀର ଗୋପୀନାଥ ନର୍ସିଂହୋମ କୋଭିଡ-19 ନିୟମ ଉଲଙ୍ଘନ ଅଭିଯୋଗରେ ଶୁକ୍ରବାର ସିଲ କରାଯାଇଥିବା ଜଣା ପଡିଛି । ଏହି ନର୍ସିଂହୋମରେ ଜନୈକ କୋରୋନା ଆକ୍ରାନ୍ତଙ୍କର ଆପେଣ୍ଡିସାଇଡ ଅପରେସନ ହୋଇଥିଲା । ହେଲେ ସଂକ୍ରମଣ ରୋକିବା ପାଇଁ ଏଠାରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା ।
କୋରୋନା ନିୟମ ଉଲଙ୍ଘନ, ନର୍ସିଂହୋମ ସିଲ୍
ପୁରୀରେ କୋରୋନା କଟକଣା ଅବମାନନା କରି ସିଲ ହୋଇଛି ଏକ ନର୍ସିଂହୋମ । ସ୍ଥାନୀୟ ସତ୍ୟବାଦୀର ଗୋପୀନାଥ ନର୍ସିଂହୋମ କୋଭିଡ-19 ନିୟମ ଉଲଙ୍ଘନ ଅଭିଯୋଗରେ ଶୁକ୍ରବାର ସିଲ କରାଯାଇଥିବା ଜଣା ପଡିଛି ।
କୋରୋନା ନିୟମ ଉଲଙ୍ଘନ, ନର୍ସିଂହୋମ ସିଲ୍
ରାଜ୍ୟରେ ବଢି ଚାଲିଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷା ବନ୍ଦୋବସ୍ତ କଡାକଡି କରାଯାଇଥିଲେ ସୁଦ୍ଧା ସମ୍ପୃକ୍ତ ନର୍ସିଂହୋମରେ ନିୟମର ଅବମାନନା ହୋଇଥିବା ଦେଖାଯାଇଥିଲା । ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନର୍ସିଂହୋମରେ ଚଢାଉ କରାଯିବା ସହ ଏହାକୁ ସିଲ କରାଯାଇଛି । ଏଥିସହ ନର୍ସିଂହୋମ ମାଲିକଙ୍କ ନାଁରେ ସତ୍ୟବାଦୀ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ