ପୁରୀ: ବାଇକ ଧକ୍କାରେ ଜଣେ ହବିଷ୍ୟାଳି ଆହତ । ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ବାଇକ । ପୁରୀ ଟାଉନ ଥାନା ନିକଟରେ ଘଟଣାଟି ଘଟିଥିବାବେଳେ ଆହତ ହବିଷ୍ୟାଳି ଜଣକ ହେଲେ ଉତ୍ତମ ବେୱା ।
ବାଇକ ଧକ୍କାରେ ହବିଷ୍ୟାଳି ଆହତ - habisyali woman met an accident
ମନ୍ଦିରରୁ ଦର୍ଶନ ସାରି ଫେରୁଥିବାବେଳେ ଜଣେ ହବିଷ୍ୟାଳିଙ୍କ ଦୁର୍ଘଟଣା । ପଛ ପଟୁ ବାଇକ ଧକ୍କା ଦେବା ଦ୍ବାରା ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।
![ବାଇକ ଧକ୍କାରେ ହବିଷ୍ୟାଳି ଆହତ](https://etvbharatimages.akamaized.net/etvbharat/prod-images/768-512-4952725-thumbnail-3x2-accident.jpg)
ବାଇକ ଧକ୍କାରେ ହବିଷ୍ୟାଳି ଆହତ
ଉତ୍ତମଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ତାଙ୍କୁ ତୁରନ୍ତ ପୁରୀ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ହବିଷ୍ୟାଳି ଜଣକ ନରେନ୍ଦ୍ର କୋଣ ହବିଷ୍ୟାଳ ଶିବିରରେ ରହୁଛନ୍ତି । ତେବେ ତାଙ୍କ ଘର ନୟାଗଡ ଜିଲ୍ଲା ଗୋବିନ୍ଦପୁର ଗାଁର ବୋଲି ଜଣାପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ