ଓଡିଶା

odisha

ETV Bharat / state

Municipal Poll Violation: ପିପିଲିରେ ବିଜେପି ଏଜେଣ୍ଟଙ୍କ ଫାଟିଲା ମୁଣ୍ଡ, ବୁଥ୍‌ରେ ଉତ୍ତେଜନା

ପିପିଲିରେ ପୌର ନିର୍ବାଚନ ମତଦାନବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଏଠାକେ ଜଣେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ କରିଛନ୍ତି ବିଜେଡିର ସମର୍ଥକ । ଅଧିକ ପଢ଼ନ୍ତୁ

ପିପିଲିରେ ରାଜନୈତିକ ହିଂସା, ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫଟେଇ ଦେଲେ
ପିପିଲିରେ ରାଜନୈତିକ ହିଂସା, ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫଟେଇ ଦେଲେ

By

Published : Mar 24, 2022, 5:09 PM IST

Updated : Mar 24, 2022, 5:41 PM IST

ପୁରୀ: ପିପିଲିରେ ପୌର ନିର୍ବାଚନ ମତଦାନବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଏଠାରେ ଜଣେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ କରିଛନ୍ତି ବିଜେଡିର ସମର୍ଥକ । 7 ନମ୍ବର ୱାର୍ଡର 9 ନମ୍ବର ବୁଥ ଏଜେଣ୍ଟ ଏହି ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହୋଇଛନ୍ତି ।

Municipal Poll Violation: ପିପିଲିରେ ବିଜେପି ଏଜେଣ୍ଟଙ୍କ ଫାଟିଲା ମୁଣ୍ଡ, ବୁଥ୍‌ରେ ଉତ୍ତେଜନା

ବିଜେପି ସମର୍ଥିତ ଏଜେଣ୍ଟ ଅନିଲ କୁମାର ସିଂ ଙ୍କୁ ବିଜେଡି ସମର୍ଥକ ଆକ୍ରମଣ ଅଭିଯୋଗ ହୋଇଛି । ଆକ୍ରମଣରେ ଅନିଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପରେ 9 ନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 24, 2022, 5:41 PM IST

ABOUT THE AUTHOR

...view details