ଓଡିଶା

odisha

ETV Bharat / state

ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଜଳି ପୋଡି ପାଉଁଶ - mushroom production plant critically burnt

ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ । ପୁରୀ ର ପିପିଲି ଥାନା ଅନ୍ତର୍ଗତ ସୁହାଗପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଭୟାନକ ଅଗ୍ନିକାଣ୍ଡ ଘଟିଛି । ଏଥିରେ କାହାରି ଜୀବନ ହାନି ହୋଇ ନଥିବା ଜଣାପଡିଛି । ସୁହାଗପୁର ଗ୍ରାମର ଲଷ୍ମଣ ବସ୍ତିଆଙ୍କ 9 ବଖରା ଘର ସହିତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି ।

ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, 9 ବଖରା ଘର ସମେତ  ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଜଳି ପୋଡି ପାଉଁଶ
ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, 9 ବଖରା ଘର ସମେତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଜଳି ପୋଡି ପାଉଁଶ

By

Published : Sep 20, 2020, 6:17 PM IST

ପୁରୀ: ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ । ପୁରୀ ର ପିପିଲି ଥାନା ଅନ୍ତର୍ଗତ ସୁହାଗପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଭୟାନକ ଅଗ୍ନିକାଣ୍ଡ ଘଟିଛି । ଏଥିରେ କାହାରି ଜୀବନ ହାନି ହୋଇ ନଥିବା ଜଣାପଡିଛି । ପିପିଲି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଛନ୍ତି ।

ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, 9 ବଖରା ଘର ସମେତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଜଳି ପୋଡି ପାଉଁଶ

ସେପଟେ ଅଗ୍ନିକାଣ୍ଡର ଭୟାବହତା ପ୍ରବଳ ଥିବାରୁ ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇ ଯାଇଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିବା ବେଳେ ସୁହାଗପୁର ଗ୍ରାମର ଲଷ୍ମଣ ବସ୍ତିଆଙ୍କ 9 ବଖରା ଘର ସହିତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି ।

ଘରର ବିଭିନ୍ନ ଅସବାବପତ୍ର ସହ 10,000 ହଜାର ଟଙ୍କା, ଆଲମିରା, ଖଟ, ଗ୍ୟାସ ସିଲିଣ୍ଡର ଇତ୍ୟାଦି ଜିନିଷ ପୋଡି ଯାଇଥିବା ବେଳେ ଛତୁମଞ୍ଜି ଉତ୍ପାଦନ କେନ୍ଦ୍ରରେ ଥିବା 3ଟି ମୋଟର, 3 ଟି ଅଟୋକ୍ଲେଭ ମେସିନ ଏବଂ ଉତ୍ପାଦିତ ଛତୁ ମଞ୍ଜି ଜଳିପୋଡ଼ି ଯିବା ହେତୁ ପ୍ରାୟ 10 ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details